ଯାଜପୁର ସଦର, ୦୩ା୦୫: ରାଜ୍ୟ ସରକାରଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରମିକ ମାନଙ୍କ ପାଇଁ ସହାୟତାର ହାତ ବଢ଼ାଇଥିବା ବେଳେ, ଶ୍ରମିକ ମାନଙ୍କ ଦାବିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରୁଥିବା ବେଲେ, ଯାଜପୁର ଜିଲ୍ଲାରେ ଶ୍ରମିକ ଦିବସ ଅବସରରେ ଯାଜପୁର ଜିଲ୍ଲାର ବ୍ୟାସନଗର ସଂସ୍କୃତି ଭବନ ପ୍ରାଙ୍ଗଣରେ ଜିଲ୍ଲାଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଟିତ କରାଯାଇଥିଲା । ସହି ଅବସରରେ ଶ୍ରମିକ ମାନଙ୍କ ପାଇଁ କାର୍ଯ୍ୟ କରୁଥିବା କୋଠା ବାଡ଼ି ନିର୍ମାଣ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଓଡ଼ିଶାର ମାନ୍ୟବର ଦକ୍ଷତା ବିକାଶ ଦେଇ ଏହାକୁ ଉଦ୍ଘାଟନ କରିବା ସହିତ ଶ୍ରମିକ ମାନଙ୍କ ଦାବିକୁ ରାଜ୍ୟ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଜର ରଖିଥିବା ବେଳେ, ଶ୍ରମିକ ମାନଙ୍କ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ଥ ସୁବିଧା ଯୋଗାଇ ଦିଆଯାଇଚି ବୋଲି ମାନ୍ୟବର ଶ୍ରୀ ଘଡ଼େଇ ସୂଚନା ଦେଇଥିଲେ । ସମ୍ମାନୀୟ ଅତିଥି କୋରେଇ ବିଧାୟକ ଯୋଗଦାନ କରିଥିଲେ । ଏହି ଅବସରରେ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲିକ ଯୋଗଦାନ କରିଥିଲେ । ସେହିପିର ଯାଜପୁର ବ୍ୟାସନଗର ପୌରପରିଷଦ ଉପାଦକ୍ଷ ସୁବାଷ ଚନ୍ଦ୍ର ବଳ ଯୋଗଦେଇଥିଲେ । ଶ୍ରମିକ ମାନଙ୍କ ସୁରକ୍ଷା ଶ୍ରମିକ ମାନଙ୍କ ଦାବିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶ୍ରମିକ ମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର ଆଗେଇ ଆସିଥିବା ବେଳେ, ରାଜ୍ୟ ସରକାରଙ୍କ ପକ୍ଷରୁ ୩୨୨ ଜଣ ନିର୍ମାଣ ଶ୍ରମିକ ବିଭାଘର ପାଇଁ ୧କୋଟି ୫୫ଲକ୍ଷ ୭୫ହଜାର ଟଙ୍କା ଦିଆଯାଇଥିବା ବେଳେ ପ୍ରସ୍ତୁତି କାଳିନ ମହିଳା ଶ୍ରମିକ ମାନଙ୍କ ପାଇଁ ୧୫ ଜଣଙ୍କୁ ୧ଲକ୍ଷ ୫୦ହଜାର, ୨୨୧ ଜଣ ନିର୍ମାଣ ଶ୍ରମିକ ମାନଙ୍କ ପିଲା ମାନଙ୍କ ପାଠ ପଢ଼ାଇବା ପାଇଁ ୨୦ଲକ୍ଷ ୪୮ହଜାର ୪ଶହ ଟଙ୍କା ଦିଆଯାଇଥିବା ବେଳେ, ମୋଟ ୧କୋଟି ୭୭ଲକ୍ଷ ଟଙ୍କା ପ୍ରଦାନ କରାଯଅଇଥିବା ଜିଲ୍ଲା ଶ୍ରମ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏହି ଶିବିରକୁ ଜିଲ୍ଲାଶ୍ରମ ବିଭାଗ ପକ୍ଷରୁ ଶ୍ରମ ଆୟୁକ୍ତ ଅଜୟ ପ୍ରଧାନଙ୍କ ନେତୃତ୍ୱରେ ଶ୍ରମ ଅଧିକାରୀ ସନ୍ତୋଷ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ, ଜିଲ୍ଲା ସହଶ୍ରମ ଅଧିକାରୀ ସଂଜିତ ଦେଓ ଧନ୍ୟବାଦ ଦେଇଥିବା ବେଳେ, ସେହିପରି ଯାଜପୁର ଜିଲ୍ଲାର ବ୍ଲକ ସ୍ତରରେ ଶ୍ରମିକ ଦିବସ ପାଳନ କରାଯାଇଥିଲା ।
ଜିଲ୍ଲା ସ୍ତରରେ ଶ୍ରମିକ ଦିବସ ପାଳନ କରାଗଲା
|
May 4, 2023 |



