ଯାଜପୁର ୨୮.୧୨: ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜାତୀୟ କଂଗ୍ରେସର ୧୩୮ତମ କଂଗ୍ରେସ ପ୍ରତିଷ୍ଠା ଦିବସ ଜିଲ୍ଳା କଂଗ୍ରେସ କାର୍ଯ୍ୟାଳୟ ଠାରେ ସଭାପତି ମନୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପିସିସି ସଂପାଦକ ତଥା ଯାଜପୁର କଂଗ୍ରେସ ବିଧାନସଭା ପ୍ରାର୍ଥୀ ସନ୍ତୋଷ କୁମାର ନନ୍ଦ ଯୋଗଦେଇ କଂଗ୍ରେସ ପତାକା ଉତୋଳନ କରିବା ସହିତ ୧୮୮୫ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠା ସମୟର ଘଟଣା ବଳୀ ଉପରେ ଆଲୋକପାତ କରିଥିଲେ । ବ୍ରିଟିଶ୍ ଶାସନାଧିନ ଭାରତବର୍ଷର ସ୍ୱାଧୀନତା ପାଇଁ ଆଲାନ୍ ଓକ୍ଟୋଭିୟାନ୍ ହ୍ୟୁମ୍ ଙ୍କ ସଭାପତିତ୍ୱରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠା ହୋଇ ଭାରତବର୍ଷର କୋଟି କୋଟି ଜନସାଧାରଣଙ୍କର ଆଶା ,ବିଶ୍ୱାସ ଓ ଭରସା ସାଜିଥିଲା ବୋଲି ଶ୍ରୀ ନନ୍ଦ ପ୍ରକାଶ କରିଥିଲେ । ଉପସ୍ଥିତ ନେତୃମଣ୍ଡଳୀମାନେ ନିଜ ନିଜର ମତବ୍ୟକ୍ତ କରିଥିଲେ । ଏହି ପ୍ରତିଷ୍ଠା ଦିବସରେ କାର୍ଯ୍ୟକାରୀ ସଭାପତି ବିଷ୍ଣୁ ରାଉତ, ଦୁର୍ଯ୍ୟୋଧନ ବେହେରା, ଭାଷ୍କର ମହାନ୍ତି, ସଂଗ୍ରାମ ସାହାଣୀ, ଦିଲ୍ଲୀପ ଦାସ, ସନ୍ତୋଷ ବେହେରା, ସୁଦୀପ କର, ବିଭୁତି ମହାପାତ୍ର, ଅକ୍ଷୟ ଶତପଥି, ଅବଦୁଲ ରଫ, ଆଲୋକ ବେହେରା, ଅରଜିତ ନାୟକ, ରଘୁନାଥ ସାହୁ, ଗଦାଧର ଦାସ, ହୃଷିକେଶ ପତି, ବିଦ୍ୟାଧର ବାରିକ, ସନ୍ତୋଷ ସାହୁ, ବିଜୟ ମହାପାତ୍ର ପ୍ରଭୃତି ଯୋଗଦେଇଥିଲେ ।
ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ୧୩୮ତମ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ
|
December 28, 2022 |



