ଯାଜପୁର, ତା ୧୨.୧୨.୨୦୨୨ (ସନ୍ଧାନ ନିଉଜ) :ଆମେ ଚାହୁଁଥିବା ଦୁନିଆରେ, ସମସ୍ତ ଲୋକ ଆର୍ଥିକ ଅସୁବିଧା ବିନା ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ହକଦାର । ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଲୋକ ମାନଙ୍କୁ ଦାରିଦ୍ରରୁ ମୁକ୍ତି ଦେଇଥାଏ, ପରିବାର ଏବଂ ସମ୍ପ୍ରଦାୟର ସୁସ୍ଥତାକୁ ପ୍ରୋତ୍ସାହିତ କରିଥାଏ, ଜନସ୍ୱାସ୍ଥ୍ୟ ସଙ୍କଟରୁ ରକ୍ଷା କରିଥାଏ ଏବଂ ଆମେ ଚାହୁଁଥିବା ଆଗାମୀ କାଲିର ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ ବୋଲି ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଦିବସ ପାଳନ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶିବାଶିଷ ମହାରଣା ମତବ୍ୟକ୍ତ କରିଚ୍ଥନ୍ତି । ସୋମବାର ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା ସ୍ତରୀୟ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଦିବସ ପାଳିତ ହୋଇଯାଇଚ୍ଥି । ଉକ୍ତ ଦିବସକୁ ଡା. ଶ୍ରୀ ମହାରଣା ସମ୍ୱୋଧିତ କରିବା ସହ ଆମେ ଚାହୁଁଥିବା ବିଶ୍ୱ ଗଠନ ପାଇଁ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ନିହାତି ଜରୁରୀ ବୋଲି କହିବା ସହ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପାଳନ ଲୋକଙ୍କୁ ଦାରିଦ୍ରରୁ ମୁକ୍ତ କରିଥାଏ, ପରିବାର ଏବଂ ସମ୍ପ୍ରଦାୟର ସୁସ୍ଥତାକୁ ପ୍ରୋତ୍ସାହିତ କରିଥାଏ, ଜନସ୍ୱାସ୍ଥ୍ୟ ସଙ୍କଟରୁ ରକ୍ଷା କରିଥାଏ ବୋଲି କହିଥିଲେ । ସ୍ୱାସ୍ଥ୍ୟ କହିଲେ ଶାରିରୀକ, ମାନସିକ ଓ ସାମାଜିକ ସ୍ୱାସ୍ଥ୍ୟ ଆମେ ବୁଝିଥାଉ । ଚଳିତ ବର୍ଷର ବିଷୟବସ୍ତୁ, “ଆମେ ଚାହୁଁଥିବା ବିଶ୍ୱ ଗଠନ ସମସ୍ତଙ୍କ ପାଇଁ ଏକ ସୁସ୍ଥ ଭବିଷ୍ୟତ” ଊପରେ ଜୋର ଦିଆଯାଇଚ୍ଥି ଯେ, ଏକ ଦୃଢ ସ୍ୱାସ୍ଥ୍ୟ ବ୍ୟବସ୍ଥା ଗଠନ ପାଇଁ ଆମକୁ ସମାନତା, ବିଶ୍ୱାସ, ସୁସ୍ଥ ପରିବେଶ, ନିବେଶ ଏବଂ ଉତରଦାୟିତ୍ୱକୁ ନିର୍ବାହ କରିବା ଆବଶ୍ୟକ ବୋଲି ଏପିଡୋମୋଲୋଜିଷ୍ଟ ଡା. ପାର୍ଥସାରଥୀ ମିଶ୍ର କହିଥିଲେ । ଏଣୁ ଆମେ ଜୀବନଶୈଳୀକୁ ସନ୍ତୁଳିତ କରିବା ପ୍ରଗତିକୁ ପାଳନ କରିବା ଓ ପରିବାର ଏବଂ ସମ୍ପ୍ରଦାୟ ପାଇଁ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଯାହା ଆବଶ୍ୟକ ତାହା ପାଇଁ ସଚେତନତା ସୃଷ୍ଟି କରିପାରିଲେ ଆଜିର ଦିବସର ଆଭିମୁଖ୍ୟ ସାଧାରଣରେ ପ୍ରତିପଂଳିତ ହୋଇପାରିବ ବୋଲି ଡା. ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ । ଏଡିପିଏଚ୍ସିଓ ଶ୍ରୀମତୀ ରୁକ୍ମିଣୀ ବେହେରା କାର୍ଯ୍ୟକ୍ରମ ସଂଚାଳନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କୁଷ୍ଠ ପରାମର୍ଶଦାତା ଡା. ସୁଶାନ୍ତ କୁମାର ରାଉତ, ଆଶା, ଏ.ଏନ୍.ଏମ. ଓ ଅନ୍ୟ
ଚିକିତ୍ସାଧିକାରୀମାନେ ଯୋଗ ଦେଇଥିଲେ ।
ଜିଲ୍ଲାସ୍ତରୀୟ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଦିବସ – ୨୦୨୨ ଅନୁଷ୍ଠିତ
|
December 12, 2022 |
![](https://sandhannews.com/wp-content/uploads/2022/12/UHCD-2.jpg)