ବାରିପଦା, ୦୬/୧୦/୨୦ (ସନ୍ଧାନ ନିଉଜ) : ମୟୁରଭଞ୍ଜ ଜିଲ୍ଲାରେ କରୋନାର କାୟା ବିସ୍ତାର ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ମୟୂରଭଞ୍ଜ ଭଳି ଉପାନ୍ତ ତଥା ସର୍ବବୃହତ ଜିଲ୍ଲାରେ ଉପଯୁକ୍ତ ଚିକିତ୍ସା ସେବା ମିଳୁନି । ପିଆର୍ ଏମ୍ ମେଡିକାଲ କଲେଜ ହସ୍ପିଟାଲ୍ ପ୍ରତିଷ୍ଠା ପରେ ମଧ୍ୟ ଚିକିତ୍ସା ବ୍ୟବସ୍ଥା ଯଥା ପୂର୍ବ ତଥା ପରଂ ଅବସ୍ଥାରେ ରହିଛି । ଏଯାଏଁ ପିଆର୍ ଏମ୍ ମେଡିକାଲ କଲେଜରେ ଆଇସିୟୁର ବ୍ୟବସ୍ଥା ନାହିଁ । ଜିଲ୍ଲାର ଅଗ୍ରଣୀ ଅଣରାଜନୈତିକ ଅନୁଷ୍ଠାନ ଭଞ୍ଜସେନା ପକ୍ଷରୁ ଏହି ଦାବିକୁ ଗୁରୁତ୍ବ ଦେବା ସହିତ ତୁରନ୍ତ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବାକୁ ଦାବି କରିଛି । ଭଞ୍ଜସେନା ପକ୍ଷରୁ ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ ରହିଛି ଯେ, ଜିଲ୍ଲାରେ ଥିବା ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦ ଖାଲି ପଡ଼ିଥିବା ବେଳେ ଉପଯୁକ୍ତ ଚିକିତ୍ସା ସେବା ପାଇଁ ଉପକରଣ ନାହିଁ । ତେଣୁ ପିଆରଏମ୍ ମେଡିକାଲ କଲେଜ ସମେତ ଜିଲ୍ଲାର କପ୍ତିପଦା, ବାମନଘାଟୀ ଓ ପାଞ୍ଚପିଢ଼ ସବ୍ ଡିଭିଜନରେ ଥିବା ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ଆଇସିୟୁର ବ୍ୟବସ୍ଥା କରିବାକୁ ଦାବି ହୋଇଛି। ସେପଟେ ବାକିଶୋଳରେ ପ୍ରତିଷ୍ଠା ହୋଇଥିବା କୋଭିଡ୍ ହସ୍ପିଟାଲରେ ମଧ୍ୟ ଆଇସିୟୁ ନାହିଁ । କରୋନା ମହାମାରୀ ସମୟରେ ରୋଗୀଟିଏ ଉପଯୁକ୍ତ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହୋଇ ମୃତ୍ୟୁ ମୁଖରେ ପଡୁଥିବା ବେଳେ ଭୁବନେଶ୍ୱର ସ୍ଥାନାନ୍ତର ସମୟରେ ବାଟରେ ପ୍ରାଣ ଚାଲି ଯାଉଛି। କରେନା କାଳରେ ଜିଲ୍ଲାର କରୁଣ ଚିତ୍ର ସାମ୍ନାକୁ ଆସିବା ପରେ ଏବେ ସୋସିଆଲ ମିଡିଆଠାରୁ ଆରମ୍ଭ କରି ବିଭିନ୍ନ । ମାଧ୍ୟମରେ ଜିଲ୍ଲାରେ ପିଆରଏମ୍ ମେଡିକାଲ କଲେଜ । ହସ୍ପିଟାଲ୍ ଏବଂ ବାକିଶୋଳ କୋଭିତ୍ ହସ୍ପିଟାଲରେ ର ଆଇସିୟୁର ବ୍ୟବସ୍ଥା ନେଇ ଦାବି ହୋଇଛି ।
ଜିଲ୍ଲାରେ ଉତ୍ତମ ଚିକିତ୍ସା ବ୍ୟବସ୍ଥା ଯୋଗାଅ
|
October 6, 2020 |