ଜିଲ୍ଲାପାଳଙ୍କ ରିଆଲିଟି ଚେକ !

Spread the love
ବ୍ରହ୍ମପୁର: ସହରର ବିଭିନ୍ନ ବଜାରରେ ବ୍ୟବସାୟୀଙ୍କ କୋଭିଡ ପଞ୍ଚସୁତ୍ର ନିୟମର ରିଆଲଟି ଚେକ୍ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଓ ତାଙ୍କ ଟିମ୍ । ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ଧିରେ ଧିରେ ସୁଧୁରିବାରେ ଲାଗିଛି କୋରୋନା ସ୍ଥିତି । ଏଭଳି ସମୟରେ ସମସ୍ତେ ଅଧିକ ସତର୍କ ରହିବା ସହ ଜନଗହଳିଠାରୁ ସମସ୍ତେ ଦୂରେଇ ରହିବା ଏବଂ ବଜାରର ସମସ୍ତ ବ୍ୟବସାୟୀମାନେ ଜିଲ୍ଲା ପ୍ରଶାସନର କୋଭିଡ ପଞ୍ଚସୂତ୍ର ନିୟମକୁ କଡାକଡି ପାଳନ କରିବାକୁ ଆହ୍ବାନ କରାଯାଉଛି । ହେଲେ ବ୍ରହ୍ମପୁରର ପ୍ରମୁଖ ବ୍ୟବସାୟୀମାନେ ପଞ୍ଚସୁତ୍ର ନିୟମକୁ କେତେ ଦୂର ପାଳନ କରୁଛନ୍ତି ତାହାର ରିଆଲଟି ଚେକ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଓ ତାଙ୍କ ଟିମ୍ । ଏପରିକି ଜିଲ୍ଲାପାଳ ଏହି ସମୟରେ କୋଭିଡ ନିୟମର ଉଲ୍ଲଙ୍ଘନ କରୁଥିବା ବ୍ୟବସାୟୀଙ୍କୁ ତାଗିଦ କରିବା ସହ ମାସ୍କ ପରିଧାନ କରୁନଥିବା ବ୍ୟବସାୟୀଙ୍କଠାରୁ ନିଜେ ସତର୍କ ରହିବାକୁ ପରାମର୍ଶ ମଧ୍ୟ ଦେଇଥିଲେ ।

Related Posts

About The Author

Add Comment