ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ

Spread the love
  •  
  •  
  •  
  •  
  •  

ବେତନଟୀ, ୨୦.୦୧.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):- ବାରିପଦାସ୍ଥିତ ପ୍ରୟାସ ସମ୍ଭୀଳନି କକ୍ଷରେ ଗତ୧୨ତାରିଖରେ ଆୟୋଜିତ ଦିଶା ବୈଠକରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନୀତ ଘଟଣାରେ ବିଜୁ ମହିଳା ଜନତାଦଳ ପକ୍ଷରୁ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ସାଂସଦ ବିଶେଶ୍ୱର ଟୁଡୁ ଏବଂ ଜିଲ୍ଲାପରିଷଦ‌ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ବାରିପଦା ଜଗନ୍ନାଥମନ୍ଦିର ଠାରୁ ମହିଳା ଜନତାଦଳର କର୍ମକର୍ତ୍ତା ଏବଂ ସଦସ୍ୟଗଣ ଏକ ପଦଯାତ୍ରାରେ ବଜାରପରିକୁ ମା କରି ବିଜେଡି ର ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ । ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କ ନେତୃତ୍ବ ରେ ତଥା ମହିଳା ସଭାପତି ବୀଣାପାଣି ସାହୁଙ୍କ ଆହ୍ବାନକ୍ରମେ ଆୟୋଜିତ ଶୋଭାଯାତ୍ରା ତଥା କାର୍ଯ୍ୟକ୍ରମରେ ପ୍ରବାଦପୁରୁଷ ବିଜୁବାବୁଙ୍କ  ପ୍ରତି ହୋଇଥିବା ଅସମ୍ମାନ ଘଟଣାର କଡା ଆଭିମୁଖ୍ୟ ଗ୍ରହଣ ପୂର୍ବକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲୋକସଭା ସାଂସଦ ଇଂ. ବିଶ୍ଵ ଶ୍ଵର ଟୁଡ଼ୁ ଏବଂ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଏହି ଅବସରରେ ବିଜୁବାବୁ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ମଧ୍ୟ କରାଯାଇଥିଲା।  ଏହି ପ୍ରତିବାଦ ସଭାରେ ପ୍ରାକ୍ତନ ରାଜ୍ୟସଭା ସାଂସଦ ସରୋଜିନି ହେମ୍ବ୍ରମ, ସଦରବ୍ଲକ ଉପାଧ୍ୟକ୍ଷା ପାର୍ବତୀ ହେମ୍ରମ, ପ୍ରାକନ୍ତନ ଉପନଗରପାଳ ଦୀପ୍ତିଲତା ମିଶ୍ର, କାର୍ଯ୍ୟକାରୀ ସଭାନେତ୍ରୀ ସବିତା ବେହେରା, ପଯ୍ୟବେକ୍ଷକ ଉର୍ମିଲତା ଦାସ, ପ୍ରୀତିନନ୍ଦା କାନୁନଗୋ, ସମ୍ପା ମଜୁମଦାର, ଅମ୍ବିକା ମହାନ୍ତି, ରାଜକୁମାରୀ ଦଳବେହେରା, ସୀମା ଦାସ, ସ ନୀତା ରାୟ, ତାପସୀ ଜେନାଙ୍କ ସମେତ ମହିଳା ଜନତାଦଳର ବହୁ ସଂଖ୍ୟକ କର୍ମକର୍ତ୍ତା ଏବଂ ସଦସ୍ୟଗଣ ଯୋଗଦାନ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଉପବାଚସ୍ପତି ସାନନ୍ଦ ମାଣ୍ଡି, କୃଷିନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ଡ. ଦେବାଶିଷ ପାଣ୍ଡି, ପ୍ରାକ୍ତନ ଉପନଗରପାଳ ଜୀତେନ୍ଦ୍ର ମହାନ୍ତି, କୃଷ୍ଣାନନ୍ଦ ମହାନ୍ତି, ସୁବ୍ରମଣ୍ୟମ ମହାନ୍ତି, କୃଷ୍ଣଚନ୍ଦ୍ର ଦାସ, ପର୍ଯ୍ୟବେକ୍ଷକ ପ୍ରକାଶ ମହାନ୍ତି, ଜୋନାଲ ଛାତ୍ର ସଭାପତି ଅବଦୁଲ ହବିଟ୍, ଯୁବଜନତା ସଭାପତି ଅରୁଣ ବରାଡ ସରୋଜ ବୋଷ, କାଉନସିଲର ପ୍ରଭାତ ମହାନ୍ତିଙ୍କ ସମେତ ଅନେକ କର୍ମକର୍ତ୍ତା ଏବଂ ସଦସ୍ୟଗଣ ଉପସ୍ଥିତ ଥିଲେ । ତେବେ ଜିଲ୍ଲାସ୍ତରରେ ହୋଇଥିବା ଏହି ପ୍ରତିବାଦ କାଯ୍ୟକ୍ରମ ଆଗାମୀ ଦିନରେ ପଞ୍ଚାୟତସ୍ତରରେ କରାଯିବାନେଇ ବୈଠକରେ ନିଷ୍ପତ୍ତି ସ୍ଥୀରିକୃତ ହୋଇଥିଲା ।

 

Related Posts

About The Author

Add Comment