ଜିଲା ଆଶା କର୍ମୀଙ୍କ ପକ୍ଷରୁ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ସହ ଦାବି ପତ୍ର ପ୍ରଦାନ

Spread the love

ବାରିପଦା, ୦୬/୧୦/୨୦ (ସନ୍ଧାନ ନିଉଜ) :  ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘର ମୟୁରଭଞ୍ଜ ଶାଖା ପକ୍ଷରୁ ୬ ଦଫା ସମ୍ବଳିତ ଦାବି ପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଆଜି ଏଠାରେ ଜିଲାପାଳଙ୍କୁ ପ୍ରଦାନ କରାଯାଇଥିବା ସହିତ ଜିଲାପାଳଙ୍କ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଦାବିଗୁଡିକ ମଧ୍ୟରୁ ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ସ୍ଥାୟୀ କରାଯିବା; ଆଶାକର୍ମୀମାନଙ୍କୁ ସରକାରୀ ଚାକିରିର ମାନ୍ୟତା ତଥା ଯେପର୍ଯ୍ୟନ୍ତ ମାନ୍ୟତା ମିଳି ନାହିଁ ସେ ପର୍ଯ୍ୟନ୍ତ ସର୍ବନିମ୍ନ ବେତନ ୧୮ ହଜାର ଟଙ୍କା ଦିଆଯିବା; କର୍ମୀମାନଙ୍କୁ ସାମାଜିକ ସୁରକ୍ଷା ସହ ଇପିଏଫ ଓ ଇଏସଆଇ ଦିଆଯିବା; କୋଭିଡ-୧୯ ପାଇଁ ଅନ୍ୟ ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଭଳି ଆଶାକର୍ମୀଙ୍କୁ ମାସିକ ୫୦୦୦ ଟଙ୍କା କରି ପ୍ରଦାନ କରାଯିବା, ସମସ୍ତ ଆଶାକର୍ମୀଙ୍କର ସ୍ବାସ୍ଥ୍ୟ ସୁରକ୍ଷା ନିମନ୍ତେ ପିପି କିଟ୍, ସାନିଟାଇଜର, ହେଣ୍ଡୱାସ ଆଦି ଯୋଗାଇ ଦିଆଯିବା ସହିତ ବର୍ଷକୁ ୪ଟି ୟୁନିଫର୍ମ; କୋଭିଡ-୧୯ କାର୍ଯ୍ୟ କରୁଥିବା ସମୟରେ ମୃତ୍ୟୁବରଣ କରିଥିବା ଆଶାକର୍ମୀଙ୍କୁ କେନ୍ଦ୍ର ସରକାରଙ୍କ ଦାରା ଘୋଷିତ ୨୫ ଲକ୍ଷ ଟଙ୍କା ତୁରନ୍ତ ପ୍ରଦାନ କରାଯିବା ଆଦି ଦାବିମାନ ଅନ୍ତର୍ଭୁକ୍ତ ।

        ଆଶା କର୍ମୀ ସଂଘ ପକ୍ଷରୁ ଦର୍ଶାଯାଇଛି ଯେ ବର୍ତ୍ତମାନ ଦେଶ ତଥା ରାଜ୍ୟ କରୋନା ମହାମାରୀରେ କବଳିତ । ରାଜ୍ୟର ସମସ୍ତ ଆଶାକର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଛନ୍ତି । ଅନେକ ଏହି କରୋନା ଯୁଦ୍ଧରେ ନିଜ ଜୀବନ ମଧ୍ୟ ହରାଇଛନ୍ତି । ଆଶାକର୍ମୀମାନଙ୍କୁ ସରକାର କୌଣସି ର ସ୍ଥାୟୀ ନିଯୁକ୍ତି ବା ସର୍ବନିମ୍ନ ବେତନ ଦେଉ ନାହାନ୍ତି । ଯାହା ଫଳରେ କର୍ମଚାରୀମାନଙ୍କ ମଧ୍ୟରେ ଘୋର ସନ୍ତୋଷ ପ୍ରକାଶ ପାଇଛି । ଏହି କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘର ଜିଲା ସଭାପତି ନିଗମାନନ୍ଦ ପଟ୍ଟନାୟକ, ସଂପାଦକ ବୋଚ୍ଚତ୍ ମହାନ୍ତ ଓ କୋଷାଧକ୍ଷା ହେମଲତା ମିଶ୍ର, ଆଶା ସଂଘର ଜିଲା ସଭାନେତ୍ରୀ ଭାରତୀ କବାଟ ଓ ସଂପାଦିକା ଅନୁପମା ଦାସ, ବିଏମଏସ ଗୁରଭା ହାଁସଦା ଓ ହିମାଂଶୁ ଗିରି ଏବଂ ଜିଲା ଆଶା କର୍ମକର୍ତ୍ତାଙ୍କ ମଧ୍ୟରୁ ଗୀତାଞ୍ଜଳି ଧଳ, ଉର୍ବଶୀ ମହାନ୍ତ, ପଦ୍ମାବତୀ ସିଂ, ସେହଳତା ମହାନ୍ତ, ଲଳିତା ନାଏକ, ମନ୍ଦଦରୀ ନାଏକ ପ୍ରମୁଖ ସାମିଲ ହୋଇ ଦାବିଗୁଡିକ ଶୀଘ୍ର ପୂରଣ କରା ନ ଗଲେ ଆନ୍ଦୋଳନକୁ ଜୋରଦାର କରାଯିବା ନେଇ ଚେତାବନୀ ଦିଆଯାଇଛି ।

Related Posts

About The Author

Add Comment