ଜାରକା -ମଞ୍ଜୁରୀପଡା ନଦୀବନ୍ଧରେ ଶତାଧିକ ହମ୍ସ: ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା,,

Spread the love

​ଜେନାପୁର/୩୦/୩(ସନ୍ଧାନ ନ୍ୟୁଜ): ଯାଜପୁର ଜିଲ୍ଲା ଜାରକା ମଞ୍ଜୁରୀପଡା ନଦୀବନ୍ଧ ରାସ୍ତା ଏବେ ଜନସାଧାରଣଙ୍କ ପାଇଁ ମରଣଯନ୍ତା ପାଲଟିଛି। ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଶତାଧିକ ‘ହମ୍ସ’ ବା ଗତିରୋଧକ ଥିବାରୁ ଯାତାୟାତ ସମୟରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ପାଇଁ ଆମ୍ବୁଲାନ୍ସ ଯିବା ଆସିବା କରିବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଛି ସ୍ଥାନୀୟ ସୂଚନା ଅନୁଯାୟୀ, ଜାରକାଠାରୁ ମଞ୍ଜୁରୀପଡା ପର୍ଯ୍ୟନ୍ତ ଲମ୍ବିଥିବା ଏହି ନଦୀବନ୍ଧ ରାସ୍ତା ଉପରେ ହଜାର ହଜାର ଲୋକ ନିର୍ଭର କରିଥାନ୍ତି ଏମିତି କି ଯାଜପୁର ଜିଲ୍ଲାରୁ ଢେଙ୍କାନାଳ ଜିଲ୍ଲାକୁ ଏହା ମୁଖ୍ୟ ରାସ୍ତା,ମାତ୍ର କିଛି ନିର୍ଦ୍ଦିଷ୍ଟ ବ୍ୟବଧାନରେ ଏଠାରେ ଶତାଧିକ ହମ୍ସ ନିର୍ମାଣ କରାଯାଇଛି। ଫଳରେ ଗାଡ଼ି ଚାଳକମାନେ ଠିକ୍ ଭାବେ ଗାଡ଼ି ଚଲାଇ ପାରୁନାହାଁନ୍ତି।ସ୍ୱାସ୍ଥ୍ୟଗତ ସମସ୍ୟା: ରାସ୍ତାରେ ବାରମ୍ବାର ହମ୍ସ ଥିବାରୁ ଗର୍ଭବତୀ ମହିଳା, ବୃଦ୍ଧବୃଦ୍ଧା ଏବଂ ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନେବା ବେଳେ ପ୍ରବଳ ଝଟକା ସହ୍ୟ କରିବାକୁ ପଡୁଛି। ଏହା ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି।ଦୁର୍ଘଟଣାର ଭୟ: ଅନେକ ସମୟରେ ଗତିରୋଧକଗୁଡ଼ିକ ଉପରେ କୌଣସି ଚିହ୍ନଟ ବା ରଙ୍ଗ ଦିଆଯାଇ ନଥିବାରୁ ରାତି ସମୟରେ ଦୁର୍ଘଟଣା ଘଟୁଛି।ଯାନବାହନ କ୍ଷତି: ବାରମ୍ବାର ବ୍ରେକ୍ ମାରିବା ଏବଂ ଝଟକା ଖାଇବା ଯୋଗୁଁ ଲୋକଙ୍କ ଗାଡ଼ି ମଧ୍ୟ ଶୀଘ୍ର ଖରାପ ହେବାରେ ଲାଗିଛି।ଏହି ରାସ୍ତା ଦେଇ ଯିବା ଆସିବା କରିବା ଏକ ଦଣ୍ଡ ସଦୃଶ ହୋଇଗଲାଣି। ଗୋଟିଏ କିଲୋମିଟର ମଧ୍ୟରେ ଏତେ ହମ୍ସ ରହିବା ଆଦୌ ଗ୍ରହଣୀୟ ନୁହେଁ,” ବୋଲି ସ୍ଥାନୀୟ ବାସିନ୍ଦା କ୍ଷୋଭର ସହ ପ୍ରକାଶ କରିଛନ୍ତି। ଅତ୍ୟଧିକ ନିର୍ମିତ ଏହି ହମ୍ସଗୁଡ଼ିକୁ ତୁରନ୍ତ ହଟାଇବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି।

Related Posts

About The Author

Add Comment