ଜାମ୍ମୁ 20/6 (ସନ୍ଧାନ ନିୟୁଜ): ଜାମ୍ମୁ-କାଶ୍ମୀରରେ ବିଜେପି ଏବଂ ପିଡିପିର ତିନି ବର୍ଷ ପର୍ଯ୍ୟନ୍ତ ଚାଲିଥିବା ସରକାରର ପତନ ଘଟିଛି। କାଲି ବିଜେପି ପିଡିପି ସରକାରଙ୍କ ସହିତ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲା। ମହବୂବା ମୁଫ୍ତୀ ନିଜର ପିତା ମୁଫ୍ତୀ ମୋହମ୍ମଦ ସଇଦଙ୍କର ନିଧନ ପରେ ଚାର ଅପ୍ରିଲ ୨୦୧୬ ରେ ମୁଖ୍ୟମନ୍ତ୍ରୀ ପଦଭାର ସମ୍ଭାଳି ଥିଲେ। ଜାମ୍ମୁ-କାଶ୍ମୀରରେ ବିଜେପି ଏବଂ ପିଡିପିର ତିନି ବର୍ଷ ପର୍ଯ୍ୟନ୍ତ ମେଣ୍ଟ ସରକାର ଚାଲିଥିଲା। ମୁଖ୍ୟମନ୍ତ୍ରୀ ମହବୂବା ମୁଫ୍ତୀ କାଲି ରାଜ୍ୟପାଲ ଏନଏନ ବୋହରାଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ରାଜ୍ୟରେ ଆଜି ରାଜ୍ୟପାଲ ଶାସନକୁ ମଞ୍ଜୁରୀ ମିଳିଛି। ସମର୍ଥନ ପ୍ରତ୍ୟାହାରକୁ ନେଇକରି ବିଜେପି କହିଛି କି ରାଜ୍ୟ ସରକାର ଲୋକମାନଙ୍କର ଆଶାନୁରୂପ କାର୍ଯ୍ୟ କରିପାରିଲେ ନାହିଁ ସେଥିପାଇଁ ସରକାରରୁ ସମର୍ଥନ ଫେରାଇନେବାକୁ ବାଧ୍ୟ ହେଲେ।
ଘାଟୀରେ ଖରାପ ଅବସ୍ଥା ପାଇଁ ବିଜେପି ପିଡିପିକୁ ଦୋଷୀ କରିଛି: – କାଶ୍ମୀର ଘାଟୀର ଅବସ୍ଥାରେ ସୁଧାର ନଆସିବା ପାଇଁ ବିଜେପି ପିଡିପି ଉପରେ ଆରୋପ ଲଗାଇଛି। ବିଜେପି ମହାସଚିବ ରାମ ମାଧବ କହିଛନ୍ତିଯେ, କାଶ୍ମୀର ଘାଟୀର ଅବସ୍ଥା ଠିକ୍ ନାହିଁ। ଗତ ସପ୍ତାହରେ ଶ୍ରୀନଗରର କଡ଼ା ସୁରକ୍ଷାରେ ପ୍ରେସ ଏନକ୍ଲେବରେ ଜଣାଶୁଣା ସାମ୍ବାଦିକ ଶୁଜାତ ବୁଖାରୀଙ୍କର ଅଜ୍ଞାତ ଆକ୍ରମଣକାରୀଙ୍କ ତରଫରୁ ହତ୍ୟା ମଧ୍ୟ କାଶ୍ମୀରରେ ଶାସନ ଉପରେ ଅଙ୍ଗୁଳି ଉଠାଉଛି। ସେହି ଦିନ ଈଦର ଛୁଟ୍ଟିରେ ଯାଇଥିବା ସ୍ଥଳସେନାର ଯବାନ ଔରଙ୍ଗଜେବକୁ ଅପହରଣ କରି ତାଙ୍କୁ ହତ୍ୟା କରାଯାଇଥିଲା। ଏହି ଦୁଇଟି ଘଟଣା ଈଦର ଦୁଇ ଦିନ ପୂର୍ବରୁ ହୋଇଥିଲା।
ରାଜ୍ୟରେ ବର୍ତ୍ତମାନର ପରିସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାକୁ ଅଛି – ବିଜେପି
ରାମ ମାଧବ କହିଛନ୍ତିଯେ, ‘‘ଏହା ଧ୍ୟାନରେ ରଖି ଜାମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଅଂଗ ଅଟେ ଏବଂ ରାଜ୍ୟରେ ବର୍ତ୍ତମାନର ପରିସ୍ଥାତି ଉପରେ ନିୟନ୍ତ୍ରଣ କରିବା ଆବଶ୍ୟକ ଅଟେ, ଆମେ ନିଷ୍ପତି କରିଛୁ କି ରାଜ୍ୟରେ ଶାସନର ଭାର ରାଜ୍ୟପାଳଙ୍କୁ ଦିଆଯିବା ଆବଶ୍ୟକ’’। ଘୋଷଣା ପୂର୍ବରୁ ବିଜେପିର ଅଧ୍ୟକ୍ଷ ଅମିତ ଶାହା ଜାମ୍ମୁ-କାଶ୍ମୀର ସରକାରରେ ଥିବା ବିଜେପି ମନ୍ତ୍ରୀମାନଙ୍କର ଜରୁରୀକାଳୀନ ବିଚାର-ବିମର୍ଶ ପାଇଁ ନୂଆଦିଲ୍ଲୀ ଡକାଇଥିଲେ।
ରାଜ୍ୟରେ ଚାଲିପାରିବ ନାହିଁ ବାହୁବଳୀ ସୁରକ୍ଷା ନୀତି – ମହବୂବା
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନିଜ ଆବାସରେ ମନ୍ତ୍ରୀ ଏବଂ ପାର୍ଟି କାର୍ଯ୍ୟକର୍ତ୍ତାମାନଙ୍କ ସହିତ ଚାଲିଥିବା ଏକ ଘଣ୍ଟାର ଲମ୍ବା ବୈଠକ ପରେ ମହବୂବା କହିଥିଲେ, ‘‘ମୁଁ ଚିନ୍ତିତ ନୁହେଁ, କାରଣ ଏହି ମେଣ୍ଟ କେବେହେଲେ ଶାସନ ଲାଳାୟିତ ନଥିଲା। ପିଡିପି କେବେହେଲେ ଶାସନ ଦଖଲର ରାଜନୀତିରେ ବିଶ୍ୱାସ କରେନାହିଁ ଏବଂ ଆମେ ଲୋକମାନଙ୍କର ପାଇଁ କାମ କରିଛୁ।’’ ସେ କହିଲେ, ‘’ଜାମ୍ମୁ-କାଶ୍ମୀରରେ କୌଣସି ଭାବରେ ସଶକ୍ତ ଶାସନ ଚାଲିପାରିବ ନାହିଁ। ଜାମ୍ମୁ-କାଶ୍ମୀର କୌଣସି ଶତ୍ରୁ କ୍ଷେତ୍ର ନୁହେଁ, ଯେପରି କି କିଛି ଲୋକ ମାନୁଛନ୍ତି। ଆମେ ସବୁବେଳେ କହିଛୁ କି ବାହୁବଳୀ ସୁରକ୍ଷା ନୀତି ଜାମ୍ମୁ-କାଶ୍ମୀରରେ ଚାଲିବ ନାହିଁ। ମିଳାମିଶା ଭାବରେ କାମ କରିବାକୁ ପଡ଼ିବ।’’
ରାଜ୍ୟପାଳ ରାଷ୍ଟ୍ରପତିଙ୍କୁ ପଠାଇଲେ ସୁପାରିଶ
ରିପୋର୍ଟ ଅନୁଯାୟୀ ରାଜଭବନର ପ୍ରବକ୍ତାଙ୍କ ମୁତାବକ, ରାଜ୍ୟପାଳ ଏନ ଏନ ବୋହରା ରାଷ୍ଟ୍ରପତି ରାମନାଥ କୋଵିନ୍ଦଙ୍କୁ ପଠାଇଥିବା ନିଜର ରିପୋର୍ଟରେ କେନ୍ଦ୍ରୀୟ ଶାସନ ଲାଗୁ କରିବାପାଇଁ ସୁପାରିଶ କରିଥିଲେ। ରିପୋର୍ଟର ଏକ ନକଲ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟକୁ ମଧ୍ୟ ପଠାଇଥିଲେ। ସୂଚନାଯୋଗ୍ୟଯେ, ରାଷ୍ଟ୍ରପତି କୋଵିନ୍ଦ ବର୍ତ୍ତମାନ ଔପଚାରିକ ବିଦେଶ ଯାତ୍ରାରେ ଅଛନ୍ତି।