ଭୁବନେଶ୍ୱର,୨୮/୧୨/୨୦୧୧ (ସନ୍ଧାନ ନିଉଜ): ଆସନ୍ତା ଜାନୁଆରୀ ୩ ରୁ ଖୋଲିବ ପ୍ରାଥମିକ ସ୍କୁଲ । ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପିଲା ଅଫଲାଇନ୍ ରେ କ୍ଲାସ ରୁମେ ପାଠ ପଢି ପାରିବେ । ରାଜ୍ୟରେ ୨୭ ହଜାର ସ୍କୁଲ ନୂଆବର୍ଷ ରୁ ଖୋଲିବାକୁ ଯାଉଥିବା ବେଳେ କରୋନା ଗାଇଡ଼ଲାଇନ୍ କୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଛାତ୍ରଛାତ୍ରୀ ମାନେ ସାମାଜିକ ଦୂରତା,ମାସ୍କ ପିନ୍ଧିବା ,ସାନିଟାଇଜର ବ୍ୟବହାର କରିବା ଆଦିକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ହୋଇଛି । ଫଳରେ ଅଭିଭାବକଙ୍କ ଅନୁମତି କ୍ରମେ ଛାତ୍ରଛାତ୍ରୀ କ୍ଲାସ ରୁମ୍ରେ ବସି ପାଠ ପଢି ପାରିବେ । ସକାଳ ୯ଟାରୁ ୧୨ ପର୍ଯ୍ୟନ୍ତ କ୍ଲାସ୍ ହେବା ନେଇ ମଧ୍ୟ ଘୋଷଣା ହୋଇଛି ।
ଦୀର୍ଘ ୨ ବର୍ଷ ହେବ ସ୍କୁଲ ,କଲେଜ ବନ୍ଦ ଥିବା ବେଳେ ଧିରେ ଧିରେ ଏହା ଖୋଲିବା କୁ ଆରମ୍ଭ କରିଲାଣି । କିନ୍ତୁ ବର୍ତ୍ତମାନ ପ୍ରଥମ ରୁ ପଚଂମ ଶ୍ରେଣୀ ସ୍କୁଲ ଖୋଲିବା ନେଇ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୁଚନା ଦେଇଛନ୍ତି । କେବଳ ଏତିକି ନୁହେଁ ଏହା ମଧ୍ୟ ନିର୍ଦ୍ଦେଶ ହୋଇଛି ଯେ ଯେଉଁ ସ୍କୁଲରେ ସମ୍ମେଟିଭ୍ ପରୀକ୍ଷା ହେଉଥିବ ସେହି ସ୍କୁଲରେ ଜାନୁଆରୀ ୧୦ ତାରିଖ ରୁ ସ୍କୁଲ ଖୋଲିବ । ସୁଚନା ଅନୁସାରେ କରୋନା ମହାମାରୀ ମଧ୍ୟରେ ଟିକାକରଣ କୁ ଅଧିକ ପ୍ରାଥମିକତା ଦିଆଯାଇଛି ତେଣୁ ଆସନ୍ତା ୩ ତାରିଖରୁ ଛୋଟ ପିଲାଙ୍କୁ କରୋନା ଟିକା ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୫ ରୁ ୧୮ ବର୍ଷର ପିଲାମାନେ କୋୱିନ୍ ଆପ୍ ମାଧ୍ୟମରେ ଏହି ସୁବିଧା ପାଇପାରିବେ ।



