କଟକ ଅଫିସ, ୨୦/୦୯ (ସନ୍ଧାନ ନିଉଜ) ସ୍ୱାମୀ ବିବେକାନନ୍ଦ ଯୁବ ସଂସଦ ପକ୍ଷରୁ ୧୫ତମ ଇ-ପାଠ୍ୟଚକ୍ର ଗୁଗଲ୍ ମିଟ୍ ମାଧ୍ୟମରେ ତା ୨୦/୦୯/୨୦୨୦, ରବିବାର ଅପରାହ୍ନ ୩.୦୦ ଘଟିକା ବେଳେ ରେଭେନ୍ସା ବିଶ୍ବ ବିଦ୍ୟାଳୟର ସହକାରୀ ପ୍ରଧ୍ୟାପକ ଡ଼ ଚିତ୍ତରଞ୍ଜନ ନାୟକଙ୍କ ପୌରହତ୍ୟରେ ଜାତୀୟ ଶିକ୍ଷା ନୀତି ୨୦୨୦ : ଅତୀତ ସର୍ବେକ୍ଷଣ ଏବଂ ପ୍ରତ୍ୟାଶା ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ ହେଇଯାଇଅଛି । ଏହି ପ୍ୟାନେଲ୍ ଆଲୋଚନା ଚକ୍ରରେ ଅଭିଭାଷଣ ରଖିଥିଲେ କୋରାପୁଟ କେନ୍ଦ୍ରିୟ ବିଶ୍ୱବିଦ୍ୟାଳର ଶୈକ୍ଷିକ ପରାମର୍ଶଦାତା ଶ୍ରୀ ଅରୁଣ କୁମାର ତ୍ରିପାଠୀ, ଲଳିତ ନାରାୟଣ ମିଥିଳା ବିଶ୍ୱବିଦ୍ୟାଳୟର ସହ ପ୍ରାଧ୍ୟାପକ ଶ୍ରୀ ଅମ୍ରିତ କୁମାର ଝା, ହୃଦୟାନନ୍ଦ ନାୟକ ସ୍ମାରକୀ ମହାବିଦ୍ୟାଳୟ,କେନ୍ଦ୍ରାପଡାର ଅଧ୍ୟାପିକା ସୁଶ୍ରୀ ମନିଷା ମହାରଣା ଏବଂ ମୌଲାନା ଆଜାଦ ପ୍ରବନ୍ଧନ ସଂସ୍ଥାନ, ଇନ୍ଦୋର ର ସହକାରୀ ପ୍ରଫେସର୍ ଶ୍ରୀ ଆଶିଷ କୁମାର ପ୍ରଧାନ । ଏଥିରେ ନୂତନ ଶିକ୍ଷା ପଦ୍ଧତିର ବିଭିନ୍ନ ବୈଶିଷ୍ଟ୍ୟ,ଗବେଷଣା ପାଇଁ ବିଭିନ୍ନ ନୂତନ ବିଭବ, ଶିକ୍ଷାକ୍ଷେତ୍ର ରେ ମୋଟ ଘରୋଇ ଉତ୍ପାଦ ୬% ପ୍ରଣୟନ, ଅନୁଭୂତି ମୂଳକ ଶିକ୍ଷଣ,ସେବାମୂଳକ ଶିକ୍ଷଣ,ବିଭିନ୍ନ ବିଷୟର ସନ୍ନିବେଶିତ ଅଧ୍ୟୟନ ତଥା ଜ୍ଞାନକୌଶଳର ଉପଯୁକ୍ତ ବିନିଯୋଗ ମାଧ୍ୟମରେ ମାନବ ସମ୍ବଳର ବିକାଶ ହେଇପାରିବ ବୋଲି ଆଲୋଚନା ହେଇଥିଲା ।ଏଥିରେ ଭାରତର ବିଭିନ୍ନ ପ୍ରାନ୍ତରୁ ବ୍ୟକ୍ତିବିଶେଷ ଯୋଗଦାନ କରି ନିଜ ଜିଜ୍ଞାସା ଗୁଡିକର ସମାଧାନ କରିଥିଲେ । ସଂଗଠନର ରାଜ୍ୟ ସମ୍ପାଦକ ଡ. ଚିତ୍ତରଂଜନ ନାୟକ ପୌରହିତ୍ୟ କରିଥିବା ସ୍ଥଳେ ସାହିତ୍ୟ ଏବଂ ସଂସ୍କୃତି ବିଭାଗର ସଂଯୋଜକ ତଥା ଆଇ.ଆଇ.ଟି ଖଡଗପୁର ର ଗବେଷଣା ର ଛାତ୍ର ଶ୍ରୀ ଗୁପ୍ତେଶ୍ୱର ପଟେଲ ସଂଯୋଜନା କରିଥିଲେ । ପ୍ରାରମ୍ଭରେ ବୈତରଣୀ ଦଳର ସଂଯୋଜିକା ସୁଶ୍ରୀ ଅହଲ୍ୟା ଗୋଚ୍ଛାୟତ ଗଣେଶ ଏବଂ ସରସ୍ୱତୀଙ୍କ ବନ୍ଦନା ପରିବେଷଣ କରିଥିବା ସ୍ଥଳେ ବିବେକାନନ୍ଦ ଯୁବସଂସଦ ପାଠ୍ୟଚକ୍ର ପରିଚାଳନା ସମିତି ତମସା ଦଳର ସର୍ବଶ୍ରୀ ପାର୍ଥସାରଥି ସାହୁ, ଦିଲେଶ୍ୱର ବିଶୋଇ ଏବଂ ସଂଜୟ ମୁଖି ସଭା ପରିଚାଳନା କରିଥିଲେ । ସଂସଦର ସମ୍ବଲପୁର ଜିଲ୍ଲା ସଂଯୋଜକ, ଅଧ୍ୟାପକ ଶ୍ରୀ ବୈକୁଣ୍ଠ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ସଭାଶେଷରେ ସମେବେତ ଶାନ୍ତିପାଠ କରାଯାଇ ଜଗତ କଲ୍ୟାଣ କାମନା କରାଯାଇଥିଲା l
ଆଗାମୀ ରବିବାର ଅପରାହ୍ନ ୩ ରୁ ୪.୩୦ ମଧ୍ୟରେ ଜୈବିକ କୃଷି ଓ ଅବାରିତ ଗ୍ରାମୀଣ ବିକାଶ ବିଷୟରେ ୱେବିନାର୍ ଆୟୋଜନ ହେବ ବୋଲି ଅନୁଷ୍ଠାନର ସମ୍ପାଦକ ସୂଚନା ପ୍ରଦାନ କରିଥିଲେ।