ଝାରସୁଗୁଡ଼ା ଉପନିର୍ବାଚନରେ ଜାତି ରାଜନୀତି। ଜାତି ବିଶେଷକୁ କେନ୍ଦ୍ରକରି ଭୋଟ୍ ହାତେଇବା ପାଇଁ ଟଣାଓଟରା। ପଦ୍ମପୁର ଭଳି ଝାରସୁଗୁଡ଼ା ଉପନିର୍ବାଚନରେ ବି ଜାତି ଭୋଟକୁ ନେଇ ଅଙ୍କ କଷା। ଫୋକସରେ ରହିଛି ଆଦିବାସୀ ଓ ଅଘରିଆ ଭୋଟ୍। ଏ ଦୁଇ ସମାଜର ଭୋଟ୍ ଯେଉଁ ଦଳକୁ ଯିବ, ସେହି ଦଳ ସୁବିଧା ସ୍ଥିତିରେ ରହିବ ବୋଲି ଚର୍ଚ୍ଚା ହେଉଛି। କାହିଁକି ନା ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ଅନ୍ୟ ସଂପ୍ରଦାୟ ତୁଳନାରେ ଅଧିକ ଆଦିବାସୀ ସଂମ୍ପ୍ରଦାୟର ଭୋଟର ଅଛନ୍ତି। ସମୁଦାୟ ଭୋଟରଙ୍କ ମଧ୍ୟରୁ ପ୍ରାୟ ୪୮ ପ୍ରତିଶତ ହେଉଛନ୍ତି ଏହି ଶ୍ରେଣୀର।
ଜାତି କୁ କେନ୍ଦ୍ରକରି ଝାରସୁଗୁଡା ଉପନିର୍ବାଚନ ଟଣାଓଟରା
|
April 29, 2023 |
