ଜାଣନ୍ତୁ ଗଲଓ୍ୱାନ ଘାଟି ବିଷୟରେ, ଯେଉଁଠି ୨୦ ଭାରତୀୟ ଯବାନ ହୋଇଗଲେ ସହିଦ

Spread the love
ନୂଆଦିଲ୍ଲୀ, ୧୭/୦୬ (ସନ୍ଧାନ ନିଉଜ) ପ୍ରାୟ ୧୪ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଲଦାଖର ଗଲଓ୍ୱାନ ଘାଟିତରେ ଭାରତ ଏବଂ ଚୀନ୍‌ର ସେନା ମୁହାଁମୁହିଁ ହୋଇଛନ୍ତି। ଏହି ଉପତ୍ୟକା ଅକସାଇ ଚୀନ ଅଞ୍ଚଳରେ ଅଛି, ଯାହା ଉପରେ ଗତ ୬୦ ବର୍ଷ ଧରି ଚୀନର ନଜର ରହିଛି। ୧୯୬୨ରୁ ୧୯୭୫ ମଧ୍ୟରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ଯୁଦ୍ଧରେ ଗଲଓ୍ୱାନ ଘାଟି କେନ୍ଦ୍ରବିନ୍ଦୁ ପାଲିଟିଛି। ବର୍ତ୍ତମାନ ୪୪ ବର୍ଷ ପରେ ଏହି ଘାଟିରେ ପୁଣି ରକ୍ତପାତ ହୋଇଛି। ଆସନ୍ତୁ ଜାଣିବା ଏହି ଘାଟି ସମ୍ପର୍କାରେ କିଛି କଥା

ଲଦାଖର ମେଷପାଳକ ଗୁଲାମ ରସୁଲ ଗଲଓ୍ୱାନଙ୍କ ନାମରେ ଏହି ଘାଟି ନାମିତ ହୋଇଥିଲା। ଗୁଲାମ ରସୁଲ ଗଲଓ୍ୱାନ ୧୮୭୮ରେ ଜନ୍ମ ହୋଇଥିଲେ। ପିଲାଦିନରୁ ନୂଆ ସ୍ଥାନ ଖୋଜିବା ପାଇଁ ଗୁଲାମ ରସୁଲଙ୍କର ଆଗ୍ରହ ଥିଲା। ଏହି ଉତ୍ସାହ ହେତୁ ଗୁଲାମ ରସୁଲ ବ୍ରିଟିଶମାନଙ୍କର ପ୍ରିୟ ହୋଇଯାଇଥିଲେ

ବ୍ରିଟିଶମାନେ ମଧ୍ୟ ଲଦାଖ ଅଞ୍ଚଳକୁ ଭଲ ପାଉଥିଲେ। ଗୁଲାମ ରସୁଲ ୧୮୯୯ ମସିହାରେ ଲେହରୁ ଟ୍ରେକିଂ ଆରମ୍ଭ କରି ଲଦାଖର ଚାରିପାଖରେ ଅନେକ ନୂତନ ଅଞ୍ଚଳରେ ପହଞ୍ଚିଥିଲେ। ଏହି କ୍ରମରେ ଗୁଲାମ ରସୁଲ ଗଲଓ୍ୱାନ ଘାଟି ଓ ଗଲଓ୍ୱାନ ନଦୀ ନିକଟରେ ପହଞ୍ଚିପାରିଥିଲେ। ଯେଉଁଥିପାଇଁ ତାଙ୍କ ନାଁରେ ଏହି ସ୍ଥାନକୁ ନାମିତ କରାଗଲା।

ଲେହର ଚାମ୍ସପା ୟର୍ଟଙ୍ଗ ସର୍କୁଲାର୍ ରୋଡରେ ଗୁଲାମ ରସୁଲଙ୍କ ପୂର୍ବପୁରୁଷଙ୍କ ଘର ରହିଛି।  ତାଙ୍କ ନାମରେ ଏକ ଏଠାରେ ଗେଷ୍ଟ ହାଉସ୍ ମଧ୍ୟ ଅଛି।

Related Posts

About The Author

Add Comment