ଜାଣନ୍ତୁ ଆଜିର ରାଶିଫଳ

Spread the love

ଆଜିର ରାଶିଫଳ

   

*🌹ମେଷ🌷👉: ଆଶାବାଦୀ ହୋଇପାରନ୍ତି। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।

 

*🌹ବୃଷ🌷👉: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।

 

*🌹ମିଥୁନ🌷👉: ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।

 

*🌹କର୍କଟ🌷👉: ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।

 

*🌹ସିଂହ🌷👉କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।

 

*🌹କନ୍ୟା🌷👉: ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।

 

*🌹ତୁଳା🌷👉: କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।

 

*🌹ବିଛା🌷👉: ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।

 

*🌹ଧନୁ🌷👉: ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।

 

*🌹ମକର🌷👉: ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।

 

*🌹କୁମ୍ଭ🌷👉: କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ବହୁ ଶୁଭ ଫଳ ଆଶା କରାଯାଏ। ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।

 

*🌹ମୀନ🌷👉: ଏପରି କାର୍ଯ୍ୟ ନ କରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।

 

*ଅଦ୍ୟ ଫେବୃଆରୀ ୦୯ ତାରିଖ ୨୦୨୧ ମସିହା(ମଙ୍ଗଳବାର)

*ଶକାବ୍ଦ -୧୯୪୨

*ସମ୍ବତ -୨୦୭୭

*ସାଲ-୧୪୨୮

*ସମ୍ବତ୍ସର -ଆନନ୍ଦୋ

*ମାଘମାସ-କୃଷ୍ଣପକ୍ଷ

*ତିଥି-ତ୍ରୟୋଦଶୀ ରାତ୍ରି ଘ୦୧/୫୫ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ                                                        *ନକ୍ଷତ୍ର-ପୂର୍ବଷାଢା ଦିବା  ଘ୦୩/୦୭ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଷାଢା

*ଚନ୍ଦ୍ର – ଧନୁ ରାତ୍ରି ଘ୦୯/୦୦ ପର୍ଯ୍ୟନ୍ତ ତଦନ୍ତେ ମକର

*ଯୋଗ-ବଜ୍ର         

*କରଣ-ଗର

*ସୌରମାସ -ମକର ୨୭ ଦିନ

*ସୁର୍ୟୋଦୟ -ପ୍ରାତଃ ଘ୦୬/୨୩/୪୧

*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୯/୫୯

*ଯୋଗିନୀ ଦକ୍ଷିଣେ ରାତ୍ରି ଘ ୦୧/୫୫ ଗତେ ପଶ୍ଚିମେ

*ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର

*ମକର ରାଶିର ଘାତବାର

*ତ୍ରୟୋଦଶୀ ର ଏକୋଦିଷ୍ଟ  ଓ ପାର୍ବଣ ଶ୍ରାଦ୍ଧ

*କାଳବେଳା – ଦିବା ଘ୦୧/୨୭ ଗତେ ଘ ୦୨/୫୨ ମଧ୍ୟେ

*ବାରବେଳା – ଦିବା ଘ୦୭/୪୩ ଗତେ ଘ ୦୯/୦୭ ମଧ୍ୟେ

*ବିଶୁଦ୍ଧ ଅମୃତବେଳା- ଦିବା ଘ୦୯/୧୦ ଗତେ ଘ ୧୦/୩୨ମଧ୍ୟେ ଓ  ଘ୧୧/୫୭ ଗତେ ଘ୦୨/୧୮ ମଧ୍ୟେ

*ବିଶୁଦ୍ଧ ମାହେନ୍ଦ୍ରବେଳା- ଦିବା ଘ୧୦/୩୫ ଗତେ ଘ ୧୧/୫୪ ମଧ୍ୟେ ଓ ଘ୦୨/୫୫ ଗତେ ଘ୦୪/୧୮ ମଧ୍ୟେ

*ଆଦ୍ୟ ବାଇଗଣ ରାତ୍ରି ଘ ୦୧/୫୫ ଗତେ ବିରି ଭକ୍ଷଣ ନିଷେଧ.

ଲିଙ୍ଗରାଜ ପଣ୍ଡା, ଦେଉଳସାହି, ବାରିପଦା, ମୟୂରଭଞ୍ଜ

Related Posts

About The Author

Add Comment