ଜଷ୍ଟିସ ରଘୁବୀର ଦାସ ହେଲେ ଓଡିଶା ମାନବାଧିକାର କମିଶନର କାର୍ଯ୍ୟକାରୀ ଅଧ୍ୟକ୍ଷ
ଜଷ୍ଟିସ ରଘୁବୀର ଦାସ ହେଲେ ଓଡିଶା ମାନବାଧିକାର କମିଶନର କାର୍ଯ୍ୟକାରୀ ଅଧ୍ୟକ୍ଷ
Manas Kumar Rout |
May 16, 2019 |
ଭୁବନେଶ୍ୱର ୧୬/୫ (ସନ୍ଧାନ ନିୟୁଜ) ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କୁ ନୂଆ ଦାୟିତ୍ବ ମିଳିଛି। ଓଡିଶା ମାନବାଧିକାର କମିଶନର କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ବ ଭାବେ ନିଯୁକ୍ତି ମିଳିଛି। ନିୟମିତ ଅଧ୍ୟକ୍ଷ ନିଯୁକ୍ତି ପର୍ଯ୍ୟନ୍ତ ଶ୍ରୀ ଦାସ ଏହି ଦାୟିତ୍ବ ତୁଲାଇବେ। ଏନେଇ ରାଜ୍ୟ ଆଇନ୍ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟଯେ, ଶ୍ରୀ ଦାସ, ମାନବାଧିକାର କମିଶନର ସଦସ୍ୟ ଅଛନ୍ତି। ଜଷ୍ଟିସ୍ ରଘୁବୀର ଦାସଙ୍କୁ ଓଡ଼ିଶା ମାନବାଧିକାର କମିସନର ସଦସ୍ୟ ନିଯୁକ୍ତି ପାଇଛନ୍ତି।

Related Posts
About The Author