ଯାଜପୁର, ୨ା୯, (ସନ୍ଧାନ ନିଉଜ) : ବ୍ରାଦ୍ମଣୀ ଓ ବୈତରଣୀ ନଦୀର ଜଳସ୍ତର ହା୍ରସ ପାଉଥିବାରୁ ଯାଜପୁର ଜିଲ୍ଳ୍ାର ବନ୍ୟା ପରିସ୍ଥିତିରେ ସୁଧାର ଆସିଚ୍ଥି । ଯେଉଁ ଅଂଚଳ ଗୁଡିକୁ ସଡକ ପଥରେ ଯୋଗାଯୋଗ ସମ୍ଭବ ହୋଇଚ୍ଥି ସେଠାରେ ରିଲିପଂ ଓ ପଲିଥିନ ବଣ୍ଟନକୁ ତ୍ୱରାନ୍ୱିତ କରାଯାଇଚ୍ଥି । ଅପର ପକ୍ଷରେ ଜଳବନ୍ଦୀ ଅଂଚଳରେ ଓଡ୍ରାପଂ, ଏନ୍.ଡି.ଆର.ଏପଂ. ଓ ଅଗ୍ନିଶମ ବିଭାଗ ଦ୍ୱାରା ରିଲିପଂ କାର୍ଯ୍ୟକୁ ପରିଚାଳନା କରାଯାଉଚ୍ଥି ବୋଲି ଜିଲ୍ଳ୍ାପାଳ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି । ବୁଧବାର ପ୍ରତୁ୍ୟଷରୁ ଜିଲ୍ଳ୍ାପାଳ ଶ୍ରୀ ଦାସଙ୍କ ସମେତ ଆଇ.ଏ.ଏସ୍. ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ, ପଂଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ବରୀ ତହସିଲଦାର ସରୋଜକାନ୍ତ ନାୟକ ପ୍ରମୁଖ ବରୀରେ ପହଂଚି ପଲିଥିନ, ଚୁଡା ଓ ଗୁଡ ବିଭିନ୍ନ ପଂଚାୟତର ଗ୍ରାମ ମାନଙ୍କୁ ପ୍ରେରଣ କରିଥିଲେ । ପରେ ଜିଲ୍ଳ୍ାପାଳଙ୍କ ସହ ପ୍ରକଳ୍ପ ନିଦେ୍ର୍ଦଶକ, ଆଇ.ଏ.ଏସ୍. ପ୍ରୋବେସନର, ବି.ଡି.ଓ. ଶିବାନନ୍ଦ ସ୍ୱାଇଁ ଜିଲ୍ଳ୍ା ପଂଚାୟତ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ଓଡ୍ରାପଂ ବୋଟ୍ ମାଧ୍ୟମରେ ଚନ୍ଦନପୁର, ଗମୁ, ମହାକାଳପଡା, ମନ୍ଦାରୀ ଇତ୍ୟାଦି ପଂଚାୟତର ବିଭିନ୍ନ ଗ୍ରାମ ଗୁଡିକୁ ପରିଦର୍ଶନ କରିଥିଲେ । ସେହି ଅଂଚଳର ଲୋକ ମାନଙ୍କୁ ଚୁଡା, ଗୁଡ ଇତ୍ୟାଦି ରିଲିପଂ ବଣ୍ଟନ ସହ ଯେଉଁ ଯେଉଁ ସ୍ଥାନରେ ଜଳସ୍ତର କମିଲାଣି ସେଠାରେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିବାକୁ ଜିଲ୍ଳ୍ାପାଳ ସ୍ଥାନୀୟ ସରପଂଚ ଓ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ରିଲିପଂ ସାମଗ୍ରୀ ସହ ପିଇବା ପାଣି ଓ ଥଣ୍ଡା ଜ୍ୱର, ଝାଡା ଇତ୍ୟାଦି ରୋଗର ଚିକିସôା ପାଇଁ ଓ÷୍ୟଷଧ ପ୍ରଦାନ ପାଇଁ ମେଡିକାଲ ଅପିଂସର ମାନଙ୍କ ସହ ଯୋଗାଯୋଗ ପାଇଁ ସ୍ଥାନୀୟ ବି.ଡି.ଓ. ଙ୍କୁ ଜିଲ୍ଳ୍ାପାଳ ପରାମର୍ଶ ଦେଇଥିଲେ । ସେହିପରି ଜିଲ୍ଳ୍ା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ପାଣି ଶୁଖିଯାଇଥିବା ସ୍ଥାନର ନଳକୂପ ଗୁଡିକୁ ବିଶୋଧନ କରିବା ସହ ଏହାର ଚତୁପାର୍ଶ୍ୱ ଓ ସଂପୃକ୍ତ ଅଂଚଳକୁ ବିଶୋଧନ କରିବାକୁ ଜିଲ୍ଳ୍ାପାଳ ନିଦେ୍ର୍ଦଶ ଦେଇଚ୍ଥନ୍ତି । ଜଳଘେରରେ ରହିଥିବା ସଂପୃକ୍ତ ଅଂଚଳର ଲୋକମାନେ ଜିଲ୍ଳ୍ାପାଳଙ୍କୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ଖୁସି ବ୍ୟକ୍ତ କରିଥିଲେ । ଏତେ ପାଣିରେ ଯେତେବେଳେ ଅଂଚଳ ବାସୀ କେଉଁଆଡେ ଯିବା ସମ୍ଭବ ନୁହେଁ ବା ଅନ୍ୟ ବ୍ୟକ୍ତି ବିଶେଷ ମଧ୍ୟ ଆସିବା ଅସମ୍ଭବ ହେଉଚ୍ଥି ସେତେବେଳେ ଖୋଦ ଜିଲ୍ଳ୍ାପାଳ ପହଂଚି ଥିବାରୁ ବିଭିନ୍ନ ସ୍ଥାନରେ ଜନସାଧାରଣ କୃତଜ୍ଞତା ଜଣାଇବା ସହ ରିଲିପଂ, ଚାଷ କାର୍ଯ୍ୟ, ଜଳ ନିଷ୍କାସନ, ବିଦୁ୍ୟତ୍ ସରବରାହ ଇତ୍ୟାଦି ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଇଥିଲେ । ୨୦୧୧ ବନ୍ୟା ଠାରୁ ଏହା ଅଧିକ ବୋଲି ବୟସ୍କ ବ୍ୟକ୍ତିମାନେ ମତ ଦେବା ସହ ଏତେ ପାଣିରେ ପ୍ରଶାସନିକ ଅଧିକାରୀମାନେ ଆସିଥିବାରୁ ଆନନ୍ଦ ପ୍ରକାଶ କରିଥିଲେ । ପରେ ଜିଲ୍ଳ୍ାପାଳ ବ୍ଳ୍କ ଓ ତହସିଲରେ ରିଲିପଂ କାର୍ଯ୍ୟର ସମୀକ୍ଷା କରିଥିଲେ । ବନ୍ୟା ପ୍ରପୀଡିତଙ୍କୁ ସାହାଯ୍ୟ ପ୍ରଦାନରେ ପାତର ଅନ୍ତରକୁ ବରଦାସ୍ତ କରାଯିବନାହିଁ । ସରକାରୀ ବ୍ୟକ୍ତିମାନେ ଘରକୁ ଘର ବୁଲି ସ୍ଥିତି ଅନୁଧ୍ୟାନ କରି ନିରପେକ୍ଷ ଭାବେ ସହାୟତା ପ୍ରଦାନ ପାଇଁ ଜିଲ୍ଳ୍ାପାଳ ନିଦେ୍ର୍ଦଶ ଦେଇଚ୍ଥନ୍ତି । କୈାଣସି କ୍ଷେତ୍ରରେ ଅନିୟମିତତା ଜଣାପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଳ୍ାପାଳ ସତର୍କ କରାଇ ଦେଇଚ୍ଥନ୍ତି । ଜିଲ୍ଳ୍ାର ଚଳିତ ବନ୍ୟାରେ ୧୦ଟି ଯାକ ବ୍ଳକର ୧୮୬ ଗୋଟି ପଂଚାୟତର ୮୩୬ ଟି ଗ୍ରାମ ଓ ପୈାରାଂଚଳର ଗୋଟିଏ ୱାର୍ଡର ମୋଟ ୯୯୫୯୪୭ ଲୋକ ପ୍ରଭାବିତ ହୋଇଚ୍ଥନ୍ତି । ମୋଟ ୮୨୦ ଟି ଗ୍ରାମର ୮୧୪୩୭୨ ଲୋକ ଜଳ ଘେରରେ ଥିବାବେଳେ ବର୍ତମାନ ମଧ୍ୟ ୮୦ ଟି ଗ୍ରାମର ୭୪୩୪୭ ଲୋକ ଜଳ ଘେରରେ ରହିଚ୍ଥନ୍ତି । ୪୨୭୨୧ ଜଣ ଲୋକଙ୍କୁ ୨୨୪ ଟି ଆଶ୍ରୟ ସ୍ଥଳରେ ରଖାଯାଇଥିଲା । ୨୪୯ ଟି ରନ୍ଧା ଖାଦ୍ୟ କେନ୍ଦ୍ର କରାଯାଇଥିଲା । ବର୍ତମାନ ୧୪୦ ଟି ସ୍ଥାନରେ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଚ୍ଥି । ଏନ୍.ଡି.ଆର.ଏପଂ. ଋ ୩, ଓଡ୍ରାପଂର ୪ ଓ ଅଗ୍ନିଶମର ୧୪ ଟି ବୋଟ ରିଲିପଂ କାର୍ଯ୍ୟରେ ନିୟୋଜନ ହୋଇଚ୍ଥି । ୭୭ ଗୋଟି ବୋଟ ମଧ୍ୟ କାର୍ଯ୍ୟରେ ଲାଗିଚ୍ଥି । ୩୦୯୪୮୨ ପଶୁ ସମ୍ପଦ ପ୍ରଭାବିତ ହୋଇଚ୍ଥନ୍ତି । ୭୫୩୭୪ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତର ଆଶଙ୍କା ରହିଚ୍ଥି । ବର୍ତମାନ ସୁଦ୍ଧା ୬୯୪୫.୭୭୫ କ୍ୱିଣ୍ଟାଲ ଚାଉଳ, ୧୬୩୫.୯ କ୍ୱିଣ୍ଟାଲ ଚୁଡା, ୧୬୫.୮୬ କ୍ଟିଣ୍ଟାଲ ଗୁଡ, ୩୧୪.୨୫ ମେଟ୍ରିକ ଟନ୍ ଗୋ-ଖାଦ୍ୟ, ୭୧୧୨୬ ହାଲୋଜିନ ବଟିକା, ୫୩୫୭୧ ଓ.ଆର.ଏସ୍. ପ୍ୟାକେଟ, ୬୫୬୦୦୦ ପ୍ୟାକେଟ୍ ପାଣି ପାଉଚ ବଣ୍ଟନ ହୋଇଚ୍ଥି । ୧୮ଟି ମେଡିକାଲ ଟିମ୍ ଓ ୬୨ ଟି ମୋବାଇଲ ଟିମ୍ ମାଧ୍ୟମରେ ଚିକିସôା ଓ ୧୦ଟି ଟିମ୍ ମାଧ୍ୟମରେ ଲୋକ ମାନଙ୍କର ପଶୁ ସମ୍ପଦ ଚିକିସôା କରାଯାଇଚ୍ଥି ବୋଲି ଜିଲ୍ଳ୍ା ଜରୁରୀ ବିଭାଗ ସୂତ୍ରରୁ ପ୍ରକାଶ ।
ତାଜା ଖବର
- ଦିନ ଦ୍ୱିପହରରେ ଫିଲ୍ମ ଷ୍ଟାଇଲ୍ରେ ବ୍ୟାଙ୍କ ଲୁଟ୍
- ଜିଲ୍ଲା ଓକିଲ ସଂଘ ପକ୍ଷରୁ ପ୍ରଥମ ଥର ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର
- ଅମାନିଆ ଗାଡ଼ି ପାର୍କିଂ ଉପରେ ଟାଉନ ଥାନାର କଡ଼ା ଆକ୍ସନ, ବିଭିନ୍ନ ସ୍ଥାନରେ ଚଢ଼ାଉ
- ଏକ୍ସ-କ୍ୟାଡର ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ ଅମୂଲ୍ୟ କୁମାର ନାୟକ ସଭାପତି, ଚିତ୍ରସେନ ବଳ ସମ୍ପାଦକ
- ଜନପ୍ରତିନିଧି ଙ୍କ ସ୍ୱାର୍ଥପରତା ନୀତି କାରଣରୁ ଲୋକଙ୍କ ମୌଲିକ ସୁବିଧା ବିପର୍ଯ୍ୟସ୍ତ
- ଗ୍ରାମାଞ୍ଚଳରେ ଚାଲୁଥିବା ଓ ଏସଆରଟିସି ମୁଖ୍ୟମନ୍ତ୍ରୀ ସେବା ବସ ଫସିଲା କାଦୁଅରେ,ଟ୍ରାକ୍ଟର ସାହାଯ୍ୟରେ ବାହାର ହେଲା ବସ
- ରକ୍ତଦାନ ପରେ ଏବେ ପ୍ରକୃତି ପାଇଁ ‘ରକ୍ତବନ୍ଧୁ’ ସପ୍ତାହକରେ ୫ ଶହରୁ ଊର୍ଦ୍ଧ୍ବ ତାଳଚାରା ରୋପଣ ” ବଜ୍ରପାତ ନିରୋଧ ଓ ପରିବେଶ ସୁରକ୍ଷାର ବାର୍ତ୍ତା
- ଜନ ପ୍ରତିନିଧି ସହିତ ପ୍ରସାଶନିକ ଅଧିକାରୀଙ୍କ ଅବହେଳା,ସୋଲାର ପାଣି ଟାଙ୍କି ଅଚଳ,୫୦ପରିବାର ମୌଳିକ ସୁବିଧାରୁ ବଞ୍ଚିତ
- ମୁଖ୍ୟମନ୍ତ୍ରୀଙ୍କୁ ଅନୁଦାନ ପାଇଁ ଦାବି ଜଣାଇଲେ ଅଧ୍ୟାପକ ଓ କର୍ମଚାରୀ-
- ସ୍ବର୍ଗତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଙ୍ଗାଧର ଙ୍କ ଷଷ୍ଠ ବାର୍ଷିକ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା।


