ଜରାଜୀର୍ଣ୍ଣ ଅବସ୍ଥାରେ ପଶୁ ଚିକିତ୍ସାଳୟକେନ୍ଦ୍ର

Spread the love

କଳାବାଡିଆ, ୧୧/୧୦(ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ବାଙ୍ଗିରିପୋଷି ବ୍ଲକ ଏମଡିଆର-୪୫ ରାସ୍ତା କଡ଼ରେ ରହିଛି ପଶୁ ଚିକିତ୍ସାଳୟ । କିନ୍ତୁ ଦୁଃଖର ବିଷୟ ବଜାର ଲାଗି ଅଫିସଟି ରହିଥିଲେ ମଧ୍ୟ ନାନାଦି ବାଧାବିଘ୍ନ ଦେଇ ଗତି କରୁଛି । ଏଠାରେ ରହିଥିବା ଅଫିସ କାର୍ଯ୍ୟାଳୟ ଲାଗି ଥିବା ଘର ଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଏପରି ଲୋକମାନେ ଅଫିସ ଗୃହଗୁଡ଼ିକରୁ ଝରକା ଓ କବାଟ ତାଡି ନେଇ ଯାଇଥିବା ଦେଖା ଯାଇଛି । ପଶୁ ଚିକିତ୍ସା ଅଧୁକାରୀ କୃଷ୍ଣ ଚନ୍ଦ୍ର ମହାନ୍ତି କୁହନ୍ତି ଏଠାରେ ପାଣି ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ଆମେ ହେଉଛୁ । ଗୋଟିଏ ନଳକୂପ ରହିଛି କିନ୍ତୁ ସେଥିରୁ ପାଣି ବାହାରେ ନାହିଁ । ଏପରିକି ଅଫିସର ପରିସୀମା , ପ୍ରାୟ ୪ ଏକର ଜମି ରହିଛି । କିନ୍ତୁ ଏହା ବାଡ ମୁକୁଳା ହୋଇଥିବାରୁ ବିଭିନ୍ନ ସମୟରେ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଲୋକଙ୍କ ଗାଈ, ଗୋରୁ ଓ ଛେଳି ଏଠାରେ ଚରୁଛି। ଏ ବାବଦରେ ଆମେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ମଧ୍ୟ ଜଣାଇଛୁ । ପାଣି ସମସ୍ୟା ପାଇଁ ବିଡିଓଙ୍କୁ କହିଛୁ । ଏପରିକି ରହିବା ପାଇଁ ବାସଗୃହ ନ ଥିବାରୁ ଆମେ ଅଞ୍ଚଳରେ ଭଡାରେ ରହିଛୁ । ଏହାକୁ ଜଗିବା ପାଇଁ ଜଣେ ଜଗୁଆଳି କେବଳ ରହିଛି । ଏହି ବ୍ଲକର ୧୯ଟି ଫଚାୟତର ଚାଷୀ ନିର୍ଭର କରୁଥିବା ପଶୁଡାକ୍ତରଖାନା ଯଦି ଏପରି ଜରାଜିର୍ଣ୍ଣ ଅବସ୍ଥା ହେବା ତାହାଲେ ପଶୁ ସମ୍ପଦର କିପରି ବିକାଶ ହେବ। ପିଅନ ପଦବୀ ଛାଡି ଦେଲେ ଏଠାରେ ତିନି ଜଣ ଡାକ୍ତର ସହିତ କର୍ମଚାରୀ ଅଛନ୍ତି । ବର୍ଷା ଦିନରେ ଅଫିସ ଗୃହ ଠାରୁ ଆଉଟଡୋର ବହିର୍ବିଭାଗ କାର୍ଯ୍ୟାଳୟ, କ୍ଲାର୍ଟରରୁ ପାଣି ପଢୁଛି । ଆବର୍ଜନାରେ ପରିପୂର୍ଣ୍ଣ ଡାକ୍ତରଖାନା ପରିସରକୁ ସଫା କରିବାକୁ ଲୋକ ନାହାନ୍ତି । ବର୍ଷ ତମାମ ପାଣି ଟୋପେ ପାଇଁ ତରସୁଛନ୍ତି ଡାକ୍ତର, କର୍ମଚାରୀ ଠାରୁ ବାଟୋଇ ପର୍ଯ୍ୟନ୍ତ । ଚିକିତ୍ସା । ପାଇଁ ଆସୁଥିବା ଗୋରୁ ଗାଈ ଟିକିଏ ରହିବା ପାଇଁ ବ୍ୟବସ୍ଥା ନାହିଁ । ବର୍ଷା ଦିନରେ ଡାକ୍ତରଖାନାକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡ ନାହିଁ । ଏହି ଡାକ୍ତରଖାନା ଉପରେ ବ୍ଲକର ଆଠଟି ଏଲଆଇ ପଏଣ୍ଟ ନିର୍ଭର ଜନ ସାଧାରଣ କରିଥାନ୍ତି । ଏପରି ଅବସ୍ଥାରେ ପଶୁ ଚିକିତ୍ସାଳୟ ଥିବାରୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment