ଜମ୍ମୁ୦୧/୧୨,(ସନ୍ଧାନ ନିୟୁଜ) : ଜମ୍ମୁ କଶ୍ମୀରରେ ଶନିବାର ନିୟନ୍ତ୍ରଣ ରେଖା (ଏଲ୍ଓସି) ନିକଟରେ ଦୁର୍ଘଟଣାବଶତଃ ହୋଇଥିବା ବିସ୍ଫୋରଣରେ ଭାରତୀୟ ସେନାର ୨ ଜଣ ଯବାନ ସହିଦ ହୋଇଛନ୍ତି। ଅଖନୁରରେ ଘଟିଥିବା ଏହି ବିସ୍ଫୋରଣ ଘଟଣାରେ ଅନ୍ୟ ୨ ଜଣ ଯବାନ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ସେନାର ଜଣେ ଅଧିକାରୀ କହିଛନ୍ତି, ଆହତ ଯବାନଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଅଛି। ସୂଚନାଯୋଗ୍ୟ ଶୁକ୍ରବାର ମଧ୍ୟ ଏକ ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଥିଲେ।
ଜମ୍ମୁ କଶ୍ମୀର: ଅଖନୁରରେ ଲାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
|
December 2, 2018 |
