ଜମି ପଟ୍ଟା ପାଇବାରୁ ବଞ୍ଚତ ହେଲେ ଅନେକ ଜମି ମାଲିକ

Spread the love

ଯାଜପୁର ସଦର, ୧୨ା୦୬/ସନ୍ଧାନ ନିଉଜ: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା କଲେଜ ପରିଶରରେ ବଣ୍ଟନ କରିବାକୁ ଥିବା ଜମି ପଟ୍ଟା ପାଇବାକୁ ଥିବାରୁ ବଞ୍ଚତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଶିଳ୍ପ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଜମି ମାଲିକ ମାନଙ୍କୁ ପଟା ବାଣ୍ଟିବାକୁ ଆସିଥିବା ବେଳେ, ୧୧ ଜଣଙ୍କୁ ପଟା ବାଣ୍ଟିଥିବା ଦେଖିବାକୁ ମିଳିଥିଲା । ଏବଂ ବ୍ରହ୍ମବରଦା ଅଞ୍ଚଳର ଜମି ମାଲିକ ମାନେ ପଟା ପାଇବା ପାଇଁ ଅପେକ୍ଷା କରିଥିବା ବେଳେ, ଦିର୍ଘ ୪୦ବର୍ଷ ପରେ ବ୍ରହ୍ମବରଦାର ହିତାଧିକାରୀ ମାନେ ସୋମାନଙ୍କ ପଟ୍ଟା ନେବା ପାଇଁ ଲମ୍ବାଧାଡ଼ିରେ ଛିଡ଼ା ହୋଇଥିଲେ । ୨ଦିନ ଧରି ପଟ୍ଟା ବଣ୍ଟାଯାଇଥିବା ବେଳେ, ପ୍ରଶାସନ ପକ୍ଷରୁ କିଛି ଜମି ମାଲିକ ନିର୍ଭୁଲ ପଟା ପାଇଛନ୍ତି । କିନ୍ତୁ ଦୁଃଖର ବିଷୟ ଆଉ କିଛି ଜମି ମାଲିକ ପଟା ନପାଇ ନିରାଶ ହୋଇ ଫେରିଥିବା ଖବର ହସ୍ତଗତ ହୋଇଚି । ୩୦ ଡିସ୍ମିଲ ଜମିରେ ୩ଡିସ୍ମିଲ ପଟା ପାଇଥିବା ସେକ କମିରୁଦ୍ଦିନଙ୍କ ସ୍ତ୍ରୀ କପିରୁନ ଅଭିଯୋଗ କରିଛନ୍ତି । ସେହିପରି ଅନ୍ୟ ଅଭିଯୋଗକାରୀ ମାନେ ସେକ ହୁସେନ, ଅପସରା ବିବି, କିତାବୁନ ବିବି ନୂଆ ପଟାରେ ଜମିର ପରିମାଣ କମଥିବା ସୂଚନା ମିଳିଚି ଏବଂ ଆଉ କିଛି ଜମି ମାଲିକ ପୁରୁଣା ପଟା ନେଇଥିବା ବେଳେ, ନୂତନ ପଟା ପ୍ରଦାନ କରାଯାଇନଥିବା ଅଭିଯୋଗ ଆସିଚି । ସେକ ଇବ୍ରାହିମଙ୍କ କହିବା ଅନୁଯାୟୀ ଅନ୍ୟ ଜଣେ କେହି ନେଇଥିବା ଅଭିଯୋଗ ଆଣିଛନ୍ତି । କମି ମାଲିକ ମାନେ ପୁରୁଣା ସହିତ ନିଜର ଆଧାର ନକଲ ଦାଖଲ କରିବା ପରେ ନୂତନ ପଟ୍ଟା ଦିଆଯାଉଥିଲା । ହେଲେ ଇବ୍ରାହିମଙ୍କ ପୁରୁଣା ପଟ୍ଟା ରହିଥିବା ବେଳେ, ଅନ୍ୟ ଜଣେ ନୂଆ ପଟ୍ଟା ନେଇ ପାରିଲେ ଏହାର ତଦନ୍ତ ପାଇଁ ଇବ୍ରାହିମ ଦାବି କରିଛନ୍ତି । ଏଥି ସହିତ ଯେଉଁ ଜମି ମାଲିକ ମାନେ ପଟ୍ଟା ପାଇବାରୁ ବଞ୍ôଚତ ହୋଇଛନ୍ତି ସେମାନଙ୍କ ଲାଗି ଆଉ ଏକ ଦିନ ଧାର୍ଯ୍ୟ କରାଯାଇ ପଟ୍ଟ ବଣ୍ଟନ କରିବା ପାଇଁ ସମାଜ ସେବୀ ନମାଜ ଖାଁ ଏବଂ ବ୍ରହ୍ମବରଦା ଅଞ୍ଚଳର ବୁଦ୍ଧିଜିବୀ ଏବଂ ଗ୍ରାମବାସୀ ମାନେ ପ୍ରଶାସନ ପାଖରେ ଦାବି କରିଛନ୍ତି ।

Related Posts

About The Author

Add Comment