ଯାଜପୁର, ଜଖପୁରା , ୦୯/୧୦ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) : ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଅଂଚଳର ଇମାମି ସେମେଣ୍ଟ କାରଖାନା ବିରୋଧରେ ସ୍ଥାନୀୟ ଗ୍ରାମବାସୀ ଓ ଜମି ହରାଙ୍କ ଆନ୍ଦୋଳନ । କରଖାନ ପ୍ରତିଷ୍ଠା ପୂର୍ବରୁ କମ୍ପାନୀ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ଦିଆଯାଇଥିବା ପ୍ରତିସୃତି ପାଳନ ନକରାଯିବା ପ୍ରତିବାଦରେ ସଅତାଧିକ ଗ୍ରାମବାସୀ ଧାରଣାରେ ବସିଛନ୍ତି ।
କିନ୍ତୁ ପ୍ରତିଶ୍ରୁତିରେ ଖିଲାପ ହେବାରୁ ଏହାକୁ ବିରୋଧ କରି ଧାରଣା ଦେଇଛନ୍ତି ଗ୍ରାମବାସୀ ।ସ୍ଥାନୀୟ ବେକାର ଓ ଜମି ହରାକୁ ସ୍ତାଇ ନିଯୁକ୍ତିର ପ୍ରତିଶୃତି ଦେଇ ଆଜି ପର୍ଯ୍ୟନ୍ତ ଭଣ୍ଡାଇ ଆସୁଛନ୍ତି କମ୍ପାନୀ କତ୍ତୃପକ୍ଷ । ନିଯୁକ୍ତି ରୋଜଗାର ଆସାରେ ଜମି ଦେଇ ସର୍ବସ୍ୱ ହରାଇଥିବା ଗ୍ରାମବାସୀ ଏବେ ଚିନ୍ତାରେ ଦିନ କାଟୁଛନ୍ତି ।ଯାହାର ପ୍ରତିବାଦ କରି ସ୍ଥାନୀୟ ମାନତିରା ଗ୍ରାମର ଗ୍ରାମବାସୀମାନେ ଧାରଣାରେ ବସିଥିଲେ । ଖବର ପାଇ କଳିଙ୍ଗ ନଗର ଅତିରିକ୍ତ ଏସ୍ ,ପି ରାଜକିଶୋର ଦୋରା ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଆନ୍ଦୋଳନ କାରୀଙ୍କୁ ବୁଝା ସୁଝା କରିଥିଲେ । କମ୍ପାନୀ କତ୍ତୃପକ୍ଷ ଓ ଜମି ହରାଙ୍କ ମଧ୍ୟରେ ଆପୋଷ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଜୀବବୋଲି ପ୍ରତିଶୃତି ଦେଇଛନ୍ତି ଅତିରିକ୍ତ ଏ ସ୍ ,ପି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ କାରଖାନା ବିରୁଦ୍ଧରେ ଆବଶ୍ୟକ ପଡ଼ିଲେ ବ୍ୟାପକ ଗଣ ଆନ୍ଦୋଳନ କରାଜୀବବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି ।
ଜମିହରା ଲୋକେ ଘେରିଲେ ଇମାମି ସିମେଣ୍ଟ କାରଖାନା
|
October 9, 2019 |



