ଯାଜପୁର ସଦର, : ୬/୫/୨୬ (ସନ୍ଧାନ ନ୍ୟୁଜ ) ଯାଜପୁର ଜିଲ୍ଲା ସଦର ଥାନା ନିକଟସ୍ଥ ଜାଫର ପୁର ପଞ୍ଚାୟତ ବଡ଼ ତ୍ରିଲୋଚନ ପୁର ଗ୍ରାମରେ ଜମିବାଡିକୁ କେନ୍ଦ୍ରକରି ୨ ପରିବାର ମଧ୍ୟରେ ଗଣ୍ଡଗୋଳ ହେବାରୁ ଜଣକର ଜୀବନ ଗଲା । ଏଠାରେ ସୂଚନା ଯୋଗ୍ୟ ଯେ ୨ ପରିବାରଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଏନେଇ ଗଣ୍ଡଗୋଳ ଘଟିଥିଲା । ଯାହାକି ଏହି ଗଣ୍ଡଗୋଳ ଜଣକର ମୃତ୍ୟୁ ଘଟିଯାଇଥିବା ବେଳେ ।୭ ଜଣ ଆହତ ହୋଇଥିବା ଜଣାଯାଇଛି । ଏହି ଗ୍ରାମ ର ଏକ ବିବାଦୀୟ ଜମି ଉପରେ ଘର ନିର୍ମାଣକୁ କେନ୍ଦ୍ରକରି ଗୋବିନ୍ଦ ଘଡେଇ ୬୨ ବର୍ଷ ଓ ନରେନ୍ଦ୍ର ଘଡେଇଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ବିବାଦୀୟ ଜମି ଉପରେ କୋର୍ଟରେ ଏକ କେସ୍ ଚାଲୁ ଥିବା ବେଳେ ଏହି ବିବାଦୀୟ ଜମି ଉପରେ ନରେନ୍ଦ୍ର ଘର ନିର୍ମାଣ କରିଥିଲା । ଏହି ଘର ନିର୍ମାଣକୁ ଗୋବିନ୍ଦ ଘଡ଼େଇ ବିବାଦ ସୃଷ୍ଟି କରୁଥିବା ବେଳେ ନରେନ୍ଦ୍ର ଓ ତାଙ୍କ ପରିବାର ସହଯୋଗୀ ମାନେ ମିଳିତ ଭାବେ ଠେଙ୍ଗା,ବାଡି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଖବର ପାଇ ଗୋବିନ୍ଦଙ୍କ ୨ ପୁଅ ସଂଜୟ,ସରୋଜ,ପନ୍ତ୍ରୀ ଓ ଝିଅ ଘଟଣା ସ୍ଥଳକୁ ଆସିବା ବେଳେ ଅପର ପକ୍ଷ କଟୁରିରେ ଆକ୍ରମଣ କରି ଆହତ କରିଥିଲା । ଏନେଇ ସଦର ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଥିବା ଆହତ ଗୋବିନ୍ଦକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ମେଡିକାଲରେ ପହ ଞ୍ଚିବାବେଳକୁ ଗୋବିନ୍ଦଙ୍କ ମୃତ୍ୟୁ ଘଟିଯାଇଥିବା ଜଣାଯାଇଛି । ମୃତ ଗୋବିନ୍ଦଙ୍କ ପନ୍ତ୍ରୀ, ସଂଜୟ,ସରୋଜ ଝିଅ ଗୁରୁତର ଆହତ ହୋଇ ଯାଜପୁର ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ନରେନ୍ଦ୍ରଙ୍କ ସଂପର୍କିୟ ଦିବ୍ୟଜ୍ୟୋତି ବେହେରା ଗୁରୁତର ଆହତ ହୋଇଥିଲେ । ଦିବ୍ୟ ଜ୍ୟୋତିକୁ ଯାଜପୁର ମେଡିକାଲକୁ ନିଆଯାଇଥବା ବେଳେ ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଗୌତମ ଦାସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଏ ସଂପର୍କରେ ଗୋବିନ୍ଦଙ୍କ ପରିବାର ପକ୍ଷରୁ ସଦର ଥାନାରେ ଲିଖିତ ଏତଲା କରାଯାଇଛି । ଅଭିଯୋଗକୁ ଭିତ୍ତିକରି ସଦର ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଏନେଇ ଅଧିକ ଗଣ୍ଡଗୋଳର ଆଶଙ୍କ। ଥିବାରୁ ସଦର ପୋଲିସ୍ ମୁତୟନ ହୋଇଥିବା ଜଣାଯାଇଛି । ଗଣ୍ଡଗୋଳରେ କାହାରିକୁ ଗିରଫ କରାଯାଇନଥିବା ଜଣାଯାଇଛି ।
ଜମିବାଡ଼ିକୁ କେନ୍ଦ୍ରକରି ଗଣ୍ଡଗୋଳ ହେବାରୁ ଜଣକର ଜୀବନ ଗଲା
|
May 6, 2026 |



