ଜମିପଟ୍ଟା ପ୍ରଦାନରେ ତଞ୍ଚକତା ଅଭିଯୋଗ :ଦୋଷ ଝାଡ଼ିଛନ୍ତି ଅଧିକାରୀ

Spread the love

ଉଦଳା- ୧୧/୧୦/୨୦୨୦ (ସନ୍ଧାନ ନିଉଜ) :-  ଗରିବ ଲୋକଙ୍କୁ ଜମି ପଟ୍ଟା ଦିଆଯାଇଛି। ହେଲେ ଏଥିରେ ବଂଚକତା କରାଯାଇଛି। ମନଇଚ୍ଛା ହିତାଧିକାରୀ ଚୟନ ହୋଇଛି ବୋଲି ଅଭିଯୋଗ ଆସିଛି । ଏପରି ସମୟରେ ସଂପୃକ୍ତ ଅଧିକାରୀମାନେ ଦୋଷ ଛଡ଼ାଉଥିବା ହେଉଥିବା ଦେଖିବାକୁ ମିଳିଛି । ଉଦଳା ଏନ୍‌ଏସିରେ ଅନେକ ପରିବାର ସରକାରୀ ଜମି ଜବରଦଖଲ କରି ଦୀର୍ଘବର୍ଷ ହେବ ରହିଆସୁଛନ୍ତି । ତେବେ ସେମାନଙ୍କୁ ଚିହ୍ନଟ କରି ପଟ୍ଟା ପ୍ରଦାନ କରାଯିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଏନେଇ ସ୍ବତନ୍ତ୍ର କମିଟି ମଧ୍ୟ ଗଠନ ହୋଇଛି। ଡ୍ରୋନ୍ ଓ ରାଜସ୍ବ ବିଭାଗ ଦ୍ୱାରା ସର୍ଭେ କରାଯାଇ ୧୭ଟି ପଟ୍ଟାକୁ ୪ଟି ଗରିବ ପରିବାରର ସଦସ୍ୟଙ୍କ ସହ ଜଣେ ସରକାରୀ କର୍ମଚାରୀଙ୍କ ପତ୍ନୀଙ୍କୁ ପ୍ରଦାନ କରାଯାଇଥିଲା। ତେବେ କିଛିଦିନ ତଳେ ସଂପୃକ୍ତ ସରକାରୀ କର୍ମଚାରୀଙ୍କ ପତ୍ନୀ କୌଣସି କାରଣରୁ ନିଜ ନାମରେ ଥିବା ପଟ୍ଟା ତହସିଲକୁ ଫେରାଇ ଦେଇଥିଲେ। ଯାହାକୁ ନେଇ ସଂଦେହ ଜାତ ହେବା ସହ ଖୋଳତାଡ଼ ଆରମ୍ଭ ହୋଇଥିଲା । ଫଳରେ ଅନୁମୋଦନ ପାଇଁ ଜିଲ୍ଲାପାଳଙ୍କ ପାଖକୁ ପଠାଯାଇଥିବା ଯୋଗ୍ୟ ହିତାଧିକାରୀଙ୍କ ତାଲିକାରେ ବଂଚକତା ସହ ପଟ୍ଟା ପ୍ରଦାନରେ ଅନିୟମିତତା ହୋଇଥିବା ଧରାପଡ଼ିଛି। ଏନେଇ କମିଟି ଅଧ୍ୟକ୍ଷ ଗୌରହରି ମହାନ୍ତ ମତାମତ ନିଆଯାଇଥିଲା। ସର୍ଭେ ବେଳେ ତାଙ୍କୁ କି ତହସିଲଦାର; କାହାକୁ ମଧ୍ୟ ଡକାଯାଇ ନଥିଲା। ଏନ୍ଏସି ଅଫିସରଙ୍କୁ ଭରସା କରି ଦସ୍ତଖତ କରିଦେଲେ । ଯାହା କିଛି ଭୁଭାଲ୍ ହୋଇଛି, ସେଥିପାଇଁ ଏନ୍ଏସି ଅଫିସର ହିଁ ଦାୟୀ ବୋଲି ସେ କହିଛନ୍ତି। ସେହିପରି ଉଦଳା ତହସିଲଦାର ମନୀଷା ମଧୁଲିକା ହେମ୍ଵ୍ରମଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ ସର୍ଭେରେ ତହସିଲଦାର ରହିବା ଜରୁରୀ ନୁହେଁ । ଏଥିରେ ସବ୍‌ଡିଭିଜନ କମିଟିର ସଭ୍ୟମାନେ ରହିବେ ମୁଁ ଜିଲ୍ଲା କମିଟିରେ ଅଛି ବୋଲି ପ୍ରକାଶ କରିଛନ୍ତି। ଏନ୍ଏସି ଅଧିକାରୀ ବିଦ୍ୟାଧର ଦଣ୍ଡପାଟଙ୍କ ମଧ୍ୟ ମତାମତ ନିଆଯାଇଥିଲା। କେହି ଦୋଷ ଲଗେଇ ଦେଲେ ଦୋଷୀ ହୋଇଯିବେନି। ନିୟମ ଅନୁସାରେ ସବୁ କାମ କରିଛନ୍ତି। ଯଦି ତାଙ୍କ କାମକୁ ନେଇ ଅଭିଯୋଗ ଉଠୁଛି, ତେବେ ସେ ଉପରିସ୍ଥ ଅଧିକାରୀଙ୍କୁ ଏହାର ଜବାବ ଦେବେ ବୋଲି କହିଛନ୍ତି। ତେବେ। ଏପରି ସମୟରେ ଘଟଣାର ଗୁରୁତ୍ବକୁ ଉପଲ କରି ଜିଲ୍ଲାପାଳ ସ୍ବତନ୍ତ୍ର କମିଟି ଗଠନ ସହ ତଦନ୍ତ କରନ୍ତୁ। କିଏ ସତ କହୁଛି ଆଉ କିଏ ମିଛ କହୁଛି ଏବଂ କାହାର ଭୁଲ୍ ଆଉ କିଏ ନିର୍ଦ୍ଦିଷ, ସେନେଇ ସୃଷ୍ଟି ହେଉ ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।

Related Posts

About The Author

Add Comment