ସୁନ୍ଦରଗଡ ତା:୧୪/୧୨/୨୦୨୫( ସନ୍ଧାନ ନ୍ୟୁଜ) ଓଡ଼ିଶାର ସାଧାରଣ ଜନତା ପ୍ରତ୍ୟେକ ମୌଳିକ ଅଧିକାରକୁ ନେଇ ପଚାରୁଛନ୍ତି କାହିଁକି ? ସୁନ୍ଦରଗଡ ଜିଲ୍ଲା ଅନେକ ଗ୍ରାମ ଆଜି ମଧ୍ୟ ଜନଶୂନ୍ୟ ।ଖଣି ଖାଦାନ ରେ ପରିପୂର୍ଣ ସୁନ୍ଦରଗଡ ଜିଲ୍ଲା ଆଜି ମଧ୍ୟ ବିସ୍ଥାପିତ, ମିଳିଛି ରାଜସ୍ବ ମାନ୍ୟତା ମାତ୍ର ସୁବିଧା ମିଳୁ ନି କାହିଁକି? ପଞ୍ଚାୟତିରାଜ ବ୍ୟବସ୍ଥାକୁ କେନ୍ଦ୍ରକରି ପ୍ରତ୍ୟେକ ଗ୍ରାମରେ ଆଗତ ଛଅ ମାସ ମଧ୍ୟରେ ପାନୀୟ ଜଳର ବ୍ୟବସ୍ଥା କରାଯିବ ମାତ୍ର ତାହା ୨୦୨୭ କୁ ଗଡି ଯାଉଚି କାହିଁକି? ପ୍ରତ୍ୟେକ ବ୍ଲକରେ ଟଙ୍କା ଦିଆଯାଉଛି ଲୋକଙ୍କ ପାଇଁ ହେଲେ କାମ ନ ହୋଇ ଟଙ୍କା ଫେରିଯାଉଛି କାହିଁକି? ପ୍ରତ୍ୟେକ ବିଭାଗରେ ଟଙ୍କା ଦିଆଯାଉଛି ହେଲେ କାମ ଠପ କାହିଁକି? ସୁନ୍ଦରଗଡ ଜିଲ୍ଲା ଆଜି ମଧ୍ୟ ଦାଦନ ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି କାହିଁକି? ଯୋଗ୍ୟତା ଭିତ୍ତିକ ନିଯୁକ୍ତି ନାହିଁ କାହିଁକି? ମହିଳା ନିର୍ଯାତନା ବଢିଚାଲିଛି କାହିକି? ସାଇବର କ୍ରାଇମ୍ ଠକେଇ ବଢ଼ିଚାଲିଛି କାହିଁକି? ଅପପୃଷ୍ଟିକର ଖାଦ୍ୟ ଆଜି ମଧ୍ୟ କାହିଁକି? ଜୁଆ ଓ ସଟା ବଜାରରେ ଲୋକେ ସର୍ବଶାନ୍ତ ହେଉଛନ୍ତି କାହିଁକି? ବାୟୁ, ଜଳ, ଶବ୍ଦ ପ୍ରଦୂଷଣ ହେଉଛି କାହିଁକି? ନିଶା ର ପ୍ରବଣତା ବଢୁଛି କାହିଁକି? ସାଧାରଣ ଜନତା ପ୍ରଶ୍ନ ପଚାରୁଛନ୍ତି କାହିଁକି କାହିଁକି?
ଜବାବ ମାଗୁଛି ଓଡ଼ିଶାର ଜନତା “କାହିଁକି”
|
December 14, 2025 |



