ଜଣେ ଅସୁସ୍ଥ ବ୍ୟକ୍ତିକୁ ବ୍ୟବହାର କରି ରାଜନୈତିକ ସ୍ୱାର୍ଥ ହାସଲ କରନାହିଁ : ରାହୁଲଙ୍କୁ ପାରିକରଙ୍କ ଜବାବ

Spread the love

ପାନାଜୀ, ୩୦/୧ (ସନ୍ଧାନ ନିୟୁଜ : ରାଫେଲ ପ୍ରସଙ୍ଗରେ ରାହୁଲଙ୍କ ନୂଆ ଖୁଲାସା ସଂପର୍କରେ ମତ ରଖିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ମନୋହର ପାରକର । ଏକେ ପ୍ରେସ ବିବୃତି ଜାରି କରି ସେ କହିଛନ୍ତି ଯେ ଏକ ସୌଜନ୍ୟତା ବଶତଃ ସେ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ । କାରଣ ଭାରତୀୟ ରାଜନୈତିକ ପରମ୍ପରାରେ ବିରୋଧୀମାନେ ମଧ୍ୟ ତାଙ୍କ ପ୍ରତିପକ୍ଷଙ୍କ ଆଶୁ ଆରୋଗ୍ୟ କାମନା କରିଥାନ୍ତି । କିନ୍ତୁ ରାହୁଲ ଗାନ୍ଧି ଏହାଠାରୁ ତଳକୁ ଖସିଯାଇ ଏହି ସାକ୍ଷାତକାରର ଅପବ୍ୟବହାର କରି ମିଥ୍ୟା ଆରୋପମାନ ଲଗାଉଛନ୍ତି । ଏହା ବେଶ ଦୁର୍ଭାଗ୍ୟଜନକ । ସତ କଥା ହେଉଛି ଆମ ସାକ୍ଷାତ ବେଳେ ରାଫେଲ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନଥିଲା । ଜାତୀୟ ସ୍ୱାର୍ଥକୁ ସର୍ବୋପରି ରଖି ରାଫେଲ ବିମାନ ଏକ ସରକାରୀ ସ୍ତରରେ ଚୁକ୍ତି ମାଧ୍ୟମରେ କିଣାଯାଇଛି ।

ଏହା ପୂର୍ବରୁ ରାହୁଲ କହିଥିଲେ ଯେ, ‘ଗତକାଲି ମୁଁ ପାରିକର ଜୀଙ୍କୁ ଭେଟିଥିଲି। ପାରିକର ଜୀ ସ୍ୱଂୟ ମୋତେ କହିଲେ ଯେ ପ୍ରଧାନମନ୍ତ୍ରୀ ଯେତେବେଳେ ରାଫେଲ ଡିଲ୍କୁ ବଦଳାଇଲେ ସେତେବେଳେ ସେ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଏବାବଦରେ ଜଣାଇ ନଥିଲେ କିମ୍ବା ଏସଂପର୍କରେ ତାଙ୍କ ସହ କୌଣସି ବିଚାର ଆଲୋଚନା କରି ନଥିଲେ।’ ତେଣୁ, ରାଫେଲ ଡିଲ୍ରେ ପ୍ରଧାନମନ୍ତ୍ରୀ କେତେ ସ୍ୱଚ୍ଛତା ଅବଲମ୍ବନ କରିଛନ୍ତି ତାହା ଦେଶବାସୀ ବିଚାର କରନ୍ତୁ ବୋଲି ସେ କହିଥିଲେ ।

 

Related Posts

About The Author

Add Comment