ଜଙ୍ଗଲରୁ କାଠ ଚାଲାଣ କରି ହଟହଟା ହେଲେ ବନ କର୍ମଚାରୀ

Spread the love

କଳାହାଣ୍ଡି, 23.01.2021 (ସନ୍ଧାନ ନିଉଜ୍): ଟ୍ରାକ୍ଟରରେ କାଠ ଚାଲାଣ କରି ହଟହଟା ହେଲେ ବନ ବିଭାଗ। ସାଧାରଣ ଲୋକେ ଜଙ୍ଗଲରୁ ଜାଳେଣୀ କାଠ ଆଣିଲେ ସେମାନଙ୍କ ପାଇଁ ଦଣ୍ଡ ବିଧାନ ରହିଛି। ହେଲେ ବନ ବିଭାଗ କର୍ମଚାରୀ କାଠ କାଟି ଚାଲାଣ କଲେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ। କେଗାଁ ରେଞ୍ଜ ଗୋଲାମୁଣ୍ଡା ସେକ୍ସନ ଡୁଡକେଲ ଜଙ୍ଗଲରୁ ଗୋଲାମୁଣ୍ଡାକୁ ପରିବହନ କରାଯାଉଥିବା ବେଳେ ଗ୍ରୀଣ୍ଡୋଲ ଗ୍ରାମବାସୀ ଦ୍ବାରା କାଠ ବୋଝେଇ ଟ୍ରାକ୍ଟରକୁ ଗ୍ରାମବାସୀ ଅଟକ ରଖିଥିଲେ। ଗତକାଲି ରାତି ୮ ଟା ସମୟରେ ଟ୍ରାକ୍ଟର ନମ୍ୱର ଓଡି-୨୬-ଡି-୩୮୪୯ ରେ କଟା ଯାଇଥିବା ଗଛ ଚାଲାଣ ହେଉଥିଲା। ଟ୍ରାକ୍ଟର ଡ୍ରାଇଭରଙ୍କ ବୟାନ ଅନୁଯାୟୀ ବନବିଭାଗ ଦ୍ୱାରା ଏହି କାଠ ପରିବହନ ହେଉଥିଲା।  ଗ୍ରାମବାସୀଙ୍କ ସୂଚନା ପରେ ଘଟଣାସ୍ଥଳରେ କେଗାଁ ରେଞ୍ଜର କେଶବ ମାଝୀ, ଫରେଷ୍ଟର ରମେଶ ପଣ୍ଡା, ଦଶପୁର ରେଞ୍ଜର ଆଲୋକ ରଞ୍ଜନ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି କାଠ ବନ ବିଭାଗ ଦ୍ବାରା ନର୍ସରୀ ବାଡ ଓ ଛାଉଣୀ ପାଇଁ ନିଆଯାଉଥିବା ସ୍ବୀକାର କରିଥିଲେ। ହେଲେ ବନ ବିଭାଗ ଜଙ୍ଗଲରୁ ଗଛ କାଟିବା ପୂର୍ବରୁ ଆବଶ୍ୟକ ଅନୁମତି ନେଇ ନ ଥିବା ସ୍ବୀକାର କରିଥିଲେ ।  ଘଟଣାସ୍ଥଳରେ କେଗାଁ ପୋଲିସ ପହଞ୍ଚି କାଠ ବୋଝେଇ ଟ୍ରାକ୍ଟରକୁ ଉଦ୍ଧାର କରିଛି। ହେଲେ ବନ ବିଭାଗ ଯେହେତୁ କାଠ ଚାଲାଣ କରୁଥିଲା ମାମଲାକୁ ଚଳାଇବାକୁ ଉଦ୍ୟମ ଆରମ୍ଭ ହୋଇଛି। ପ୍ରଶ୍ନ ଉଠେ ଯଦି  ସାଧାରଣଲୋକ ଜଙ୍ଗଲରୁ କାଠ ଚାଲାଣ ବେଳେ ଧରାପଡିଲେ ବନ ବିଭାଗ ଆଇନ୍ ଦ୍ବାରା ଦଣ୍ଡିତ କରିଥାଏ। ତେବେ ବିନା ଅନୁମତିରେ ଜଙ୍ଗଲରୁ ବନ କର୍ମଚାରୀ କାଠ ଚାଲାଣ ବେଳେ ଆଇନ ଭିନ୍ନ କାହିଁକି ? ନର୍ସରୀ ପାଇଁ କାଠ ଚାଲାଣ ହେଉଥିଲା ନା  ଘର ର ଛାତ  ପାଇଁ ଆବଶ୍ୟକ କରୁଥିବା ବଲି ପାଇଁ କାଠ ଚାଲାଣ ହେଉଥିଲା ତଦନ୍ତ ସାପେକ୍ଷ।

Related Posts

About The Author

Add Comment