ଭଦ୍ରକ: ୨୫/ ୦୩ (ସନ୍ଧାନ ନ୍ୟୁଜ୍ /ପ୍ରଶାନ୍ତ ବାରିକ୍), : ତିହିଡି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗାଁ ନିକଟସ୍ଥ ଛିଲିଆ ନଦୀ ରୁ ଏକ ୧୦ ଫୁଟର କୁମ୍ଭୀର ଉଦ୍ଧାର କରିଛନ୍ତି ।
ସୂଚନା ଅନୁଯାୟୀ ଶ୍ୟାମୁନ୍ଦରପୁର ଗ୍ରାମର ଶଶିକାନ୍ତ ଦାସ ଏବଂ ତାଙ୍କର ସହଯୋଗୀ ଅଜୟ, ନରେଶ ଏବଂ ପ୍ରଭାତ ମାଛ ଧରିବା ନିମନ୍ତେ ପୂର୍ବ ରାତିରେ ଉକ୍ତ ନଦୀରେ ଜାଲ ବିଛାଇଥିଲେ। ଶୁକ୍ରବାର ଦିନ ସକାଳ ଆଠ ଘଟିକା ସମୟରେ ଉକ୍ତ ନଦୀକୁ ଜାଲ ଉଠାଇବାକୁ ଯାଇଥିବା ବେଳେ ଉକ୍ତ ଜାଲ ଟିରେ ଏକ ଆଠ ରୁ ଦଶ ଫୁଟ୍ ରେ ଏକ ବିଶାଳ କୁମ୍ଭୀର ଲାଗିଥିବାର ଦେଖିଥିଲେ। ଉକ୍ତ ଚାରି ଜଣ ବନ୍ଧୁ ନିଜର ବୁଦ୍ଧି ଏବଂ ସାହସିକତା ର ସହ କୁମ୍ଭୀର ଟିକୁ ନିଜ ଅକ୍ତିଆର ରେ କାବୁ କରିଥିଲେ।
ସୂଚନା ଅନୁଯାୟୀ କୁମ୍ଭୀରଟି ଗତ ରାତି ସାରା ଜାଲରେ ଛନ୍ଦି ହୋଇ ହାଲିଆ ହେବା ସଙ୍ଗେ ସଙ୍ଗେ ଅତି ଦୁର୍ବଳ ହୋଇପଡ଼ିଥିବା ମନେ କରାଯାଉଛି। ଗାଁ ଲୋକଙ୍କ ସହଯୋଗ ଏବଂ ପରାମର୍ଶ କ୍ରମେ କୁମ୍ଭୀରଟି ନଦୀରୁ ଆଣି ଜୀବିତ ରଖିବା ନିମନ୍ତେ ଗ୍ରାମ ନିକସ୍ଥ ଏକ ପୋଖରୀ ରେ ଛାଡ଼ିବା ସଙ୍ଗେ ସଙ୍ଗେ ଚାନ୍ଦବାଲି ବନ ବିଭାଗ କୁ ତୁରନ୍ତ ଖବର ଦିଆଯାଇଥିଲା । ବନ ବିଭାଗ ଘଟଣା ସ୍ଥଳରେ ପହଁଚି ବା ପରେ କୁମ୍ଭୀର କୁ ହସ୍ତକ୍ଷେପ କରାଯାଇ ଥିଲା। ଏବଂ ଜେହୁତୁ ଉକ୍ତ ନଦୀଟି ସାଳନ୍ଦୀ ନଦୀ ସହ ସଂଯୋଗ ଥିବାରୁ କୁମ୍ଭୀର ଟି ଭୁଲ୍ ବଶତ ନଦୀ କୁ ଚାଲି ଆସିଛି। ପରେ ବନ ବିଭଗର ଅଧିକାରୀ ଗ୍ରାମବାସୀମାନଙ୍କୁ ନଦୀ, କେନାଲ ଓ ପୋଖରୀ ବ୍ୟବହାର କଲା ବେଳେ ସତର୍କ ରହିବାକୁ ପରାମର୍ଶ ଦେବା ସଙ୍ଗେ ସଙ୍ଗେ ଉକ୍ତ ଚାରି ଜଣ ଯୁବକ ଙ୍କ ସହ ଗ୍ରାମ ବାସୀ ଙ୍କୁ କୁମ୍ଭୀର କୁ ଜୀବିତ ରଖିବା ପାଇଁ ଉଚିତ୍ ପଦକ୍ଷେପ ନେଇଥିବରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଇଲେ।