ଛତିଶଗଡ଼: ରାସ୍ତା କାମ ବେଳେ ମିଳିଲା ଦ୍ୱାଦଶ ଶତାବ୍ଦୀର ସ୍ୱର୍ଣ୍ଣମୁଦ୍ରା

Spread the love

ଛତିଶଗଡ଼, ୧୪/୦୭ (ସନ୍ଧାନ ନିୟୁଜ): ରାସ୍ତାକାମ ବେଳେ ଶ୍ରମିକମାନେ ମାଟି ତଳୁ ସ୍ୱର୍ଣ୍ଣମୁଦ୍ରା ପାଇଛନ୍ତି। ପରୀକ୍ଷା ପରେ ସେଗୁଡ଼ିକ ଦ୍ୱାଦଶ ଶତାବ୍ଦୀର ବୋଲି ଜଣାପଡ଼ିଛି।
ଛତିଶଗଡ଼ର କୋଣ୍ଡାଗାଓଁ ଜିଲାର କୋରକୋଟି ଓ ବେଦ୍‍ମା ଗ୍ରାମରେ ଜୁଲାଇ ୧୦ ତାରିଖରେ ରାସ୍ତା କାମ ପାଇଁ ମାଟି ଖୋଳାଯାଉଥିଲା। ସେହି ସମୟରେ ମାଟି ତଳୁ ଶ୍ରମିକମାନେ ଏକ ପାତ୍ର ପାଇଥିଲେ। ପାତ୍ରକୁ ଖୋଲିବା ପରେ ତା’ ଭିତରେ ୫୭ଟି ସ୍ୱର୍ଣ୍ଣମୁଦ୍ରା, ଗୋଟିଏ ରୌପ୍ୟ ମୁଦ୍ରା ଓ ସୁନା କାନଫୁଲ ଥିଲା। ଗ୍ରାମର ସରପଞ୍ଚ ନେହେରୁଲା ବାଘେଲ ସେହି ସ୍ୱର୍ଣ୍ଣମୁଦ୍ରାକୁ ଜିଲାପାଳ ନୀଳକଣ୍ଠ ଟେକାମ୍‍ଙ୍କୁ ହସ୍ତାନ୍ତର କରିଛନ୍ତି। ପ୍ରାଥମିକ ଗବେଷଣାରୁ ସେଗୁଡ଼ିକ ଯାଦବ ରାଜ୍ୟ ବା ଦଣ୍ଡକାରଣ୍ୟ ଅଞ୍ଚଳର ବୋଲି ଜଣାପଡ଼ିଛି।

Related Posts

About The Author

Add Comment