ଚୋରି ଓ ଡ଼କାୟତିର ପେଣ୍ଠସ୍ଥଳୀ ପାଲଟିଛି ସବଡେଗା

Spread the love

ସୁନ୍ଦରଗଡ ତା:୩୦/୮/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ ) ସବଡେଗା ଗ୍ରାମରେ ଦିନକୁ ଦିନ ଚୋରି ଡ଼କାୟତିର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ନିୟମିତ ଭାବରେ ଗତ ପନ୍ଦର ଦିନ ଧରି ଚୋରିର ଚିତ୍ର ଦେଖିବାକୁ ମିଳିବାରୁ ଅଞ୍ଚଳରେ ଭୟର ବାତାଵରଣ ସୃଷ୍ଟି ହୋଇଛି । ସତେ ଯେମିତି ସବଡେଗା ଏକ ଚୋରି ଡ଼କାୟତିର ପେଣ୍ଠସ୍ଥଳୀ ପାଲଟିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ତଲସରା ପୋଲିସ ନିଜ
ସାମର୍ଥ୍ୟ ଅନୁସାରେ ଚୋରୀ ଓ ଡକାୟତିକୁ ଦମନ କରି ଆସୁଥିବା ବେଳେ ପୋଲିସ ପେଟ୍ରୋଲିଂ ପ୍ରତି ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ସୂଚନା ଅନୁସାରେ ଶମ୍ବୁ ଅଗ୍ରୱାଲଙ୍କ ଘର ସମ୍ମୁଖରେ ଥିବା ଏକ ପିକଅପ ଭେନ ଗାଡି ନମ୍ବର ଓଡ଼ି ୧୬ ବି ୬୧୦୧ ଚୋରି ହୋଇଥିବା ତଲସରା ଥାନାରେ ଅଭିଯୋଗ ହୋଇଛି । ଗତ ମାସରେ ଏକ ଚୋରଦଳକୁ ଗିରଫ କରି କୋଟ ଚାଲାଣ କରିଥିବାବେଳେ ମାସକରେ ଆଉ ତିନୋଟି ଚୋରି ପୋଲିସ ପାଇଁ ଏକ ଚାଲେଞ୍ଜ ପାଲଟିଛି । ଅତିଶୀଘ୍ର ଚୋରଦଲ କୁ ଗିରଫ କରାଯିବ ବୋଲି ତଲସରା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Related Posts

About The Author

Add Comment