ବଡ଼ସାହି, ୧୩/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା)-ସ୍ଥାନୀୟ ଅଞ୍ଚଳରୁ ଚୋରା ବାଲି ବୋଝେଇ ୪ଟି ଟ୍ରାକ୍ଟର ଜବତ ହୋଇଥିବା ଜଣାପଡ଼ିଛି । ଜିଲାର ସ୍ବତନ୍ତ୍ର ସ୍କୁଆଡ଼ ବୁଧବାର ପ୍ରତାପପୁର ନିକଟରୁ ଏକ ଟ୍ରାକ୍ଟର ଜବତ କରିଥିବା ବେଳେ ଗୁରୁବାର ବଡ଼ସାହିର ଅତିରିକ୍ତ ତହସିଲଦାର ପୃଥୀରାଜ ପରିଡ଼ା ଗଙ୍ଗାହାର ନଦୀର ଖଡିକାପଦା ଘାଟରୁ ୩ଟି ଟ୍ରାକ୍ଟର ଜବତ କରିଛନ୍ତି । ଲଘୁ ଖଣିଜ ଦ୍ରବ୍ୟ ଆଇନ ଉଲଙ୍ଘନ କରି ଏହି ୪ଟି ଟ୍ରାକ୍ଟର ବେଆଇନ ଉତ୍ତୋଳନ ବାଲି ଚାଲାଣ କରୁଥିବା ବେଳେ କାଗଜପତ୍ର ଦେଖାଇ ପାରି ନଥିଲେ। ଫଳରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୪ଟ୍ରାକ୍ଟର ମାଲିକଙ୍କ ପାଖରୁ ଜୋରିମାନା ଆଦାୟ ନୋଟିସ୍ ଦିଆଯାଇଛି । ସୂଚନାଥାଉକି ଗତ ଲଘୁଚାପ ଜନିତ ବନ୍ୟା ପରେ ନଦୀ ମାନଙ୍କରେ ଜମା ହୋଇଥିବା ବାଲି ଗୁଡ଼ିକ ପ୍ରତିଯୋଗିତା ମୂଳକ ଭାବେ ଉଭୋଳନ ସହିତ ଚାଲାଣ ଆରମ୍ଭ ହେଉଥିବା ସୂଚନା ଅନୁଯାୟୀ ଜିଲାପାଳ ଚଡ଼ାଉ ଆଦେଶ ଦେଇଛନ୍ତି, ଯାହାକି ପ୍ରତ୍ୟହ ଜାରି ରହିବ ବୋଲି ତହସିଲଦାର ମମତାଜ ମହାରଣା କହିଛନ୍ତି ।