ବାରିପଦା,୦୮/୦୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ବେତନଟୀର ବହୁ ଚର୍ଚ୍ଚିତ ବାଲି ଚୋରା ଚାଲାଣ ଘଟଣା ଥମିବାରେ ନାଁ ଧରୁନି। ପୂର୍ବତନ ତହସିଲଦାର ଅନୀଷା ଦାସଙ୍କୁ ଗିରଫ ସହ ବରଖାସ୍ତ ଦାବି କରି ଜିଲ୍ଲା ବିଜେପି ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଏଥି ସହି ତ ନକଲି ଉପଜିଲ୍ଲାପାଳଙ୍କ ପରିଚୟ ଦେଇଥିବା ମହିଳାଙ୍କୁ ଗିରଫ କରିବା । ଜିଲ୍ଲାର ସମସ୍ତ ଚୋରା ଖଣି ଓ ଖାଦାନକୁ କ୍ରାଇମବ୍ରାଞ୍ଚ ତଦନ୍ତ କରି ମୋରମ ଚାଲାଣରେ ସମ୍ପୃକ୍ତ ସରକାରୀ ଅଧିକାରୀ ଓ ମାଫିଆଙ୍କୁ ଗିରଫ କରିବାକୁ ଦାବି ହୋଇଛି । ଏମିତି ୧୦ ଦଫା ଦାବି ନେଇ ବିଜେପି ବିଧାୟକ, ସଂସଦ ଓ ଦଳର ବରିଷ୍ଠ କର୍ମକର୍ତ୍ତମାନେ ଧାରଣରେ ବସିରହିଛନ୍ତି । ଯେ ପର୍ଯ୍ୟନ୍ତ ସମସ୍ତ ଦାବି ପୂରଣ ନ ହୋଇଛି ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।
ଗୁରୁବାର ବିଜେପି ଜିଲ୍ଲା ସଭାପତି କାନ୍ଦ୍ର ସୋରେନଙ୍କ ନେତୃତ୍ବ ରେ ବିଧାୟକ ଓ ସାଂସଦମାନେ ଧାରଣାସ୍ଥଳରେ ପହଞ୍ଚି ଥିଲେ । ମୟୂରଭଞ୍ଜ ସାଂସଦ ଇଂ ବିଶେଶ୍ଵର ଟୁଡୁ, ବଡ଼ସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ଡା ବୁଢାନମୁର୍ମୁ, ଉଦଳା ବିଧାୟକ ଭାସ୍କର ମଢେଇ, ଜିଲ୍ଲାପରିଷଦ ଅଧ୍ୟକ୍ଷ ସୁଜାତା ମୁର୍ମୁ, ମୀନତି ପାତ୍ର, ବ୍ରଜମୋହନ ବେହେରା, ଅମ୍ବିକା ବାରିକ, ପ୍ରମିଳା ପଣ୍ଡା, ନିହାର ରଞ୍ଜନ ମୋଦି ପ୍ରମୁଖ ଉପସ୍ଥିତ ଥିଲେ । ଏଥି ସହି ତ ମ ହାମାରୀ କରୋନା ସମୟରେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଦଳର ଅଳ୍ପ କିଛି ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ରାସଗୋବିନ୍ଦପୁର, ମୋରଡା ଏବଂ ବେତନଟୀ ତହସିଲ ଅଧୀନରେ ଜିଲ୍ଲାପାଳ ଟାକ୍ସଫୋର୍ସ କମିଟି ଦ୍ୱାରା ଜବତ ହୋଇଥିବା ଏବଂ ବେଆଇନ୍ ଭାବେ ଗଚ୍ଛିତ ଥିବା ବାଲି ଓ ମୋରମ କୁ ଆଡେ ଗଲା ବୋଲି ଦଳ ପ୍ରଶ୍ନ କରିଛି । ଏ ବାବଦରେ କେତେ ଟଙ୍କା ରାଜସ୍ବ ଆଦାୟ ହୋଇଛି । ସେଗୁଡିକୁ ଭିଜିଲାନ୍ସ ତଦନ୍ତ କରାଯାଇ ସକ୍ତ ଅଧିକାରୀ ଏବଂ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ପ୍ରଧାନ ମନ୍ତ୍ରୀ ଆବାସ ହିତାଧିକାରୀଙ୍କୁ ବିନା ରୟାଲିଟିରେ ବାଲି ଯୋଗାଇ ଦେବା ସହ ୧୦ ଦଫା ଦାବି କରିଛନ୍ତି । ସେହି ପରି ଗତ କିଛିଦିନ ତଳେ ମହାମାରୀକୁ ରୋକିବା ପାଇଁ ପୂଜମା ଥେରାପି ଦାନ ସଚେତନତା ଉଦେଶ୍ୟରେ ଏକ ସରକାରୀ କାର୍ଯ୍ୟକ୍ରମକୁ ଆସି ରାଜ୍ୟ । ସରକାରଙ୍କ ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା ଜିଲ୍ଲାପାଳଙ୍କ ଫେସିଲେଟସନ୍ କକ୍ଷରେ ଦଳୀୟ କର୍ମୀଙ୍କୁ ନେଇ ବୈଠକ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ମଧ୍ୟ ଉପସ୍ଥିତ ଥିଲେ ସରକାରୀ ଦଳର ନେତାଙ୍କ କଥାରେ ଜିଲ୍ଲାପାଳ କାର୍ଯ୍ୟ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ତେଣୁ, ବେତନଟୀର ପୂର୍ବତନ ତହସିଲଦାରଙ୍କୁ ଗିରଫ କଲେ ଜିଲ୍ଲାପାଳଙ୍କ ଅସଲ ମୁଖା ଖୋଲିଯିବ। ସେଥି ପାଇଁ ଅଭିଯୁକ୍ତ ତହସିଲଦାରଙ୍କୁ ଗିରଫ କରାଯାଉନି ବୋଲି ମଧ୍ୟ ବିଜେପିର ବିଧାୟକମାନେ ଅଭିଯୋଗ କରିଛନ୍ତି । ଏପଟେ କୋଭିତ୍ ସମୟରେ ସଭା ସମିତି ପାଇଁ ବାରଣ ଥିବା ବେଳେ ବିଜେପି ପୁଲିସର ପରମିଶନ୍ ନନେଇ ଧାରଣା ଦେଇଥିଲା । ଏନେଇ ଗଉନ୍ ଥାନା ପୁଲିସ ନିଜ ତରଫରୁ ଏକ ମାମଲା ରୁଜୁ କରିଛି ।