ଖୁଣ୍ଟା, ୦୭.୦୨.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଖୁଣ୍ଟା ଥାନା ଅଧୀନ ମଲହାରିପଦାରେ ଖୁଣ୍ଟା ଅବକାରୀ ବିଭାଗ ଦ୍ଵାରା ଶନିବାର ଚଢ଼ାଉ କରାଯାଇ ବେଆଇନ ଭାବେ ଚାଲିଥିବା ଦେଶୀ ମଦଭାଟିରୁ ବିକ୍ରି ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥିବା ୨୫ଲି ଦେଶୀ ମଦ ସହିତ ୬୬ଗୋଟି ଭ୍ରମରେ ରଖାଯାଇଥିବା ୧୯୮୦ କେଜି ପୋଚ ଜବତ କରାଯାଇଛି । ମହଲାରପଦାର ଗଙ୍ଗାହର ନଦୀକୂଳ ନିକଟସ୍ଥ ନିଛାଟିଆ ଜଙ୍ଗଲିଆ ସ୍ଥାନ ମାନଙ୍କରେ ବେଆଇନ ଦେଶୀ ମଦଭାଟି ମାନ ଗଢି ଉଠିଥିବା ବେଳେ ସେଗୁଡିକରେ ମଦ ପ୍ରସ୍ତୁତ କରାଯାଇ ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଇଥାଏ । ବିଭିନ୍ନ ସମୟରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ମଦଭାଟି ସବୁ ନିୟମିତ ବ୍ୟବଧାନରେ ଗଢିଉଠୁଥିବା ବେଳେ ଗୋଟିଏ ହେଲେ ଚଢାଉରେ ଏପର୍ଯ୍ୟନ୍ତ ଜଣେ ହେଲେ ଅଭିଯୁକ୍ତ ଗିରଫ ନହେବା ଆଶ୍ଚର୍ଯ୍ୟର ବିଷୟ । ଶନିବାର ଚଢ଼ାଉରେ ମଦ ନିର୍ମାଣ ସାମଗ୍ରୀ ସବୁ ନଷ୍ଟ କରାଯାଇ ଏକ ୟୁଡି ମାମଲା ରୁଜୁଥିଲେ ହେଁ ପୂର୍ବପରି କାହାରି ନାମରେ ମାମଲା ରୁଜୁ କରାଯାଇନି । ଚଢ଼ାଉରେ ଓଆଇସି ନିରଞ୍ଜନ ସାହୁ, ଏଏସଆଇ ଭବେଶ ଚନ୍ଦ୍ର ନାଏକ ଓ ଅନ୍ୟମାନେ ଚଢ଼ାଉରେ ସାମିଲ ହୋଇଥିଲେ।
ଚୋରା ଦେଶୀ ମଦଭାଟିରେ ଚଢ଼ାଉ
|
February 7, 2021 |