ଚୁକ୍ତି ଭିତ୍ତିକ ଅଧ୍ୟାପକ ମାନଙ୍କ ଦରମା ଓ କଲେଜ ମାନଙ୍କ ସମସ୍ୟା କୁ କିପରି ଦୁର କରିବେ ଅଧକ୍ଷ ମାନେ

Spread the love

ଭୁବନେଶ୍ୱର ରାଜ୍ୟ ସରକାର ସମସ୍ତ ଶିକ୍ଷା ଅନୁଷ୍ଠାନ ମାନଙ୍କୁ ଚିଠି ଲେଖି ପ୍ରଥମ ରୁ ପିଜି ପର୍ଯ୍ୟନ୍ତ ପାଠ ପଢା ଦେୟ ମୁକ୍ତ କରିବା ଦ୍ୱାରା ସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଗୁଡ଼ିକ ରେ ଆଲୋଡ଼ନ ସୃଷ୍ଟି ହୋଇଛି। ଛାତ୍ର ଛାତ୍ରୀ ମାନଙ୍କ ଦେୟ ରେ କଲେଜ ର ବିକାଶ ହୋଇ ଥାଏ। ଚୁକ୍ତି ଭିତ୍ତିକ ଅଧ୍ୟାପକ ଓ କର୍ମଚାରୀ ମାନେ ସେମାନଙ୍କ ସ୍ୱଳ୍ପ ବେତନ ପାଇଥାନ୍ତି। ରାଜ୍ୟ ସରକାର ଙ୍କ ଦ୍ଵାରା ଦେୟମୁକ୍ତ ପାଠ ପଢିବା ପାଇଁ ଘୋଷଣା ହେଲା ପରେ ହୁଏ ତ ଛାତ୍ର ଛାତ୍ରୀ ମାନେ ଖୁସି ହୋଇ ପାରନ୍ତି। ଏହା ଦ୍ବାରା କଲେଜ ରେ ହେଉଥିବା ବାର୍ଷିକ ଉତ୍ସବ, ଖେଳ, ଓ ଅନ୍ୟାନ୍ୟ ସେମିନାର ଗୁଡ଼ିକ ବାଧା ପ୍ରାପ୍ତ ହେବାର ସମ୍ଭାବନା ଅଧିକ ହେବ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି। ବଡ କଥା ହେଉଛି ଚୁକ୍ତି ଭିତ୍ତିକ ଅଧ୍ୟାପକ ମାନଙ୍କ ଚାକିରୀ ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଅଧ୍ୟାପକ ମାନଙ୍କ ଚାକିରୀ ଗଲେ କଲେଜ ର ପାଠ ପଢା ଉପରେ ପ୍ରଭାବ ପଡ଼ିବ। ଏଣୁ ରାଜ୍ୟ ସରକାର ଏ ଦିଗ ପ୍ରତି ଦୃଷ୍ଟି ଦେଇ ବିକଳ୍ପ ପନ୍ଥା ଗ୍ରହଣ କଲେ ମହାବିଦ୍ୟାଳୟ ଗୁଡିକ ର ସମସ୍ୟା ସମାଧାନ ହୋଇ ପାରନ୍ତା। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।

Related Posts

About The Author

Add Comment