ଚିରା ନୋଟ ଦେଇ ୬ ହଜାର ଟଙ୍କା ଲୁଟି ନେଲେ ଲୁଟେରା

Spread the love
ଭୁବନେଶ୍ୱର ,୨୬/୦୧/୨୦୧୨ (ସନ୍ଧାନ ନିଉଜ) ରାଜଧାନୀରେ ଲୁଟ୍ ପାଇଁ ଭିନ୍ନ ଭିନ୍ନ ତରିକା ଆପଣାଇବାରେ ଲାଗିଛନ୍ତି ଲୁଟେରା । କେତେବେଳେ ଗ୍ରାହକ ସାଜି ତ ଆଉ କେତେବେଳେ ଭିକାରୀ ବେଶରେ ।

ଗତ କିଛି ଦିନ ତଳେ ରବିଟକିଜ,ଆଇଆରସି ଭିଲେଜ୍‌ରେ ଲୁଟ୍ ହୋଇଥିବା ବେଳେ ବର୍ତ୍ତମାନ ୟୁନିିଟ୍ ୩ ଜୟକିଷାନ ମାର୍କେଟରୁ ଚିରା ନୋଟ ଦେଇ ୬ ହଜାର ଲୁଟ ହୋଇଛି ।

୩ ଜଣିଆ ଲୁଟେରା ଗ୍ୟାଙ୍ଗର ଜଣେ ନୋଟ ଦେଇ ହର୍ଲିକ୍ସ ନେଇଥିଲା । ଗ୍ୟାଙ୍ଗର ଆଉ ଜଣେ ସେ ଲୋକକୁ ଧରିବାକୁ ପ୍ରବର୍ତ୍ତାଇ ଥିଲା । ତା କଥାରେ ପଡି ଚିରାନୋଟ ଦେଇଥିବା ଲୋକକୁ ଧରିବାକୁ ଯାଇଥିଲେ ଦୋକାନୀ ।

ଦୋକାନୀ ଯିବା ପରେ ଦୋକାନରେ ପଶି ୬ ହଜାର ଲୁଟି ନେଲା ଆଉ ଜଣେ ଲୁଟେରା । ତେବେ ସମାନ ଢଙ୍ଗରେ କିଛିଦିନ ତଳେ ୨ଟି ମେଡିସିନ ଷ୍ଟୋରରୁ ଲୁଟ ହୋଇଥିଲା ।

Related Posts

About The Author

Add Comment