ଚିଟ୍ଫଣ୍ଡ କେଳେଙ୍କାରୀରେ ବାଲେଶ୍ୱର ସାଂସଦ ରବିନ୍ଦ୍ର ଜେନା ଆଗୁଆ ଜାମିନରେ ନାହାଁନ୍ତି କି?: ଡ.ଲେଖାଶ୍ରୀ ସାମନ୍ତସିଂହାର

Spread the love
ଭୁବନେଶ୍ୱର/ବାଲେଶ୍ୱର, ୯/୨(ସନ୍ଧାନ ନିୟୁଜ) : ରାଜ୍ୟ ସରକାର ଜାଣିଶୁଣି ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ସଂଖ୍ୟା ସେମାନଙ୍କଠୁ ଲୁଟ୍ ହୋଇଥିବା ଅର୍ଥ, ଠକେଇରେ ସମ୍ପୃକ୍ତ ଓ ଅଭିଯୁକ୍ତ ବ୍ୟକ୍ତି ଓ ସଂସ୍ଥାଙ୍କ ନାମ ଓ ସେମାନଙ୍କ ନାଁରେ ନିର୍ଦ୍ଦିଷ୍ଟ ଅଭିଯୋଗ ଓ ଠକେଇର ଶିକାର ଲୋକଙ୍କ ସଂଖ୍ୟା ଜାଣିଶୁଣି ପ୍ରକାଶ କରୁନାହାନ୍ତି। ଚିଟ୍ଫଣ୍ଡର ସମସ୍ତ ତଥ୍ୟ ସର୍ବଜନୀନ କରିବା ପାଇଁ ଦଳ ତରଫରୁ ଏକ ଆରଟିଆଇ କ୍ୟାମ୍ପେନ ଆରମ୍ଭ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନରେ ଉଦବୋଧନ ଦେଇ କହିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଡ଼.ଲେଖାଶ୍ରୀ ସାମନ୍ତସିଂହାର। ରାଜଧାନୀ ଭୁବନେଶ୍ୱରରେ ବିଜେପିର ୫୦ ନେତା ଓ କର୍ମୀ ସୂଚନା କମିଶନଙ୍କ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ ଅନୁସାରେ ଦରଖାସ୍ତ ଦାଖଲ କରିଛନ୍ତି। ବାଲେଶ୍ୱର ସମେତ ସାରା ରାଜ୍ୟରେ ଏହି ଅଭିଯାନକୁ ବ୍ୟାପକ କରାଯିବ ବୋଲି ସେ କହିଛନ୍ତି।

– ନବୀନ ସରକାର ଓ ବିଜେଡ଼ିର ମନ୍ତ୍ରୀ, ସାଂସଦ, ବିଧାୟକ ଓ ନେତାମାନଙ୍କ ପ୍ରତ୍ୟକ୍ଷ ଭାଗିଦାରୀ ଓ ପୃଷ୍ଠପୋଷକତାରେ ଚିଟ୍ଫଣ୍ଡ ମହାକେଳେଙ୍କାରୀ ହୋଇଛି
– ଏହି କେଳେଙ୍କାରୀରେ କ୍ଷତିଗ୍ରସ୍ତ ଲକ୍ଷ ଲକ୍ଷ ଓଡ଼ିଆ ଆଜି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇଛନ୍ତି
– ନରେନ୍ଦ୍ର ମୋଦିଙ୍କ ଗସ୍ତ ସମୟରେ ଓଡ଼ିଶାରେ ଦୁର୍ନୀତିର ଦାନବକୁ ରାଜ୍ୟସରକାର ଦାନାପାଣି ଦେଉଥିବା ଅଭିଯୋଗ କରିଥିଲେ।
– ମାତ୍ର ନବୀନ ନିବାସର ଏହି ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହ ନବୀନଙ୍କ ସମ୍ପର୍କ କଣ ସେଥି ନେଇ ବାରମ୍ବାର ସ୍ପଷ୍ଟିକରଣ ମଗା ଗଲେ ମଧ୍ୟ ସେ ନୀରବ ରହିବା ଅନେକ ପ୍ରଶ୍ନ ସୃଷ୍ଟି କରି
– ଚିଟଫଣ୍ଡ ତଦନ୍ତ ପାଇଁ ଗଠିତ ଜଷ୍ଟିସ ଏମଏମ୍ ଦାସ କମିଶନ କାର୍ଯ୍ୟକାଳକୁ ୬ ମାସ ବୃଦ୍ଧି କରି ରାଜ୍ୟସରକାର କମିଶନ ଆଳ ଦେଖାଇ ନିଜର ସ୍ଥାଣୁତା ଅପାରଗତାକୁ ନିର୍ବାଚନ ପୂର୍ବରୁ ଲୁଚାଇବା ପାଇଁ ଏକ ଷଡ଼ଯନ୍ତ୍ର

Related Posts

About The Author

Add Comment