ଚିକିତ୍ସା ଆଳରେ ଯୁବତୀଙ୍କୁ ଦୁଷ୍କର୍ମ 

ଭୁବନେଶ୍ଵର ୧୯/୦୨ (ସନ୍ଧାନ ନିୟୁଜ): ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଞ୍ଚଳରେ ଘଟିଛି ଏକ ଲଜ୍ଜାଜଣକ ଘଟଣା। ଚିକିତ୍ସା ଆଳରେ କଳାଟଙ୍ଗ ଗାଁର ବୈଦ୍ୟ ବଡରାମ ମୁଣ୍ଡା ଜଣେ ରୋଗୀଙ୍କୁ ଗର୍ଭବତୀ କରିଥିବା ଅଭିଯୋଗ ଆସିଛି।ଖବର ଅନୁଯାୟୀ ଏଇ ବୟସ୍କ ବୈଦ୍ୟ ସେ ଅଞ୍ଚଳରେ ବେଶ୍ ଜଣାଶୁଣା। ରୋଗୀଙ୍କୁ ଚିକିତ୍ସା କରିବା ସହିତ ଗୁଣିଗାରେଡି କାମ ପାଇଁ ତାଙ୍କ ପାଖରେ ଲୋକଙ୍କ ଭିଡ ଜମେ। ତେଣୁ ନିକଟସ୍ଥ ଗାଁ ହେସେଲଗୋଡାର ଜଣେ ଯୁବତୀ ବୈଦ୍ୟଙ୍କ ନିକଟକୁ ଚିକିତ୍ସା ପାଇଁ ଆସୁଥିଲେ। ଜଡିବୁଟି ଚିକିତ୍ସା ଆଳରେ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲେ ବୈଦ୍ୟ ବଡରାମ ମୁଣ୍ଡା। ଏକଥା ପ୍ରଘଟ କଲେ ଗୁଣିଗାରେଡି କରି ଜୀବନରୁ ମାରିଦେବାକୁ ଧମକ ଦେଇଥିବାରୁ ଯୁବତୀ ଜଣକ ଚୁପ୍‌ ରହିଥିଲେ। 

Related Posts

About The Author

Add Comment