ଚା ଦୋକାନ ଉପରକୁ ମାଡ଼ଗଲା ହାଇୱା ଟ୍ରକ୍, ୨ ମୃତ

Spread the love
  • 6
    Shares

ମାର୍ଶାଘାଇ, ୭/୬/୧୮(ସନ୍ଧାନ ନିୟୁଜ୍)- ଚା ଦୋକାନ ଉପରକୁ ମାଡ଼ଗଲା ଟ୍ରକ୍ । ଫଳରେ ୨ ଜଣଙ୍କର  ମୃତ୍ୟୁ ହୋଇଛି ।  ମିଳିଥିବା ସୂଚନା ଅନୁସାରେ ୫ ନଂ ରାଜପଥ କ୍ରସିଂ ଛକ ଠାରେ ଭାରସାମ୍ୟ ହରାଇ ଏକ ହାଇୱା ଟ୍ରକ୍ ଏକ ଚା ଦୋକାନ ଘର ଉପରକୁ ମାଡ଼ି ଯିବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।  ମୃତ ୨ ଜଣ ହେଉଛନ୍ତି ଚା ଦୋକାନ ମାଲିକ ଓ  ଦୁର୍ଘଟଣା ଘଙ୍କାଇଥିବା ଟ୍ରକ୍ ଡ଼୍ରାଇଭର ବୋଲି ଜଣାପଡ଼ିଛି ।  ମୃତ ଟ୍ରକ୍ ଡ଼୍ରାଇଭରଙ୍କ ପରିଚୟ ମିଳିନଥିବାବେଳେ ମୃତ ଚା ଦୋକାନ ମାଲିକଙ୍କକ ନାମ ବାଳକୃଷ୍ଣ ଜେନା(୯୦) । ତାଙ୍କ ଘର ସ୍ଥାନୀୟ ଦରବଛା ଗାଁ ରେ  ।

ସେ ଏକ ଚା ଦୋକାନ କରିଥିଲେ । କ୍ୟାବିନ୍ ଭିତରେ ଶୋଇଥିବାବେଳେ ହାଇୱା ଟି ଦୋକାନ ଉପରକୁ ମାଡ଼ ଯାଇଥିଲା । ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ମାର୍ଶାଘାଇ ହସପିଟାଲକୁ ନିଆଯାଇଥିବାବେଳେ ଉଭୟଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ ।ପୁଲିସ୍ ପହଂଚି ତଦନ୍ତ ଆରମ୍ଭ କରିଛି ।

  • 6
    Shares

Related Posts

About The Author

Add Comment