ଭୂବନେଶ୍ୱର,୧୨/୦୪ (ସନ୍ଧାନ ନିୟୁଜ) : କରୋନା ପାଇଁ ରାଜ୍ୟରେ ସ୍ଥିତି ବିଗୁଡୁଥିବାରୁ ଏହାକୁ ନେଇ କୃଷିମନ୍ତ୍ରୀ ଅରୁଣ ସାହୁ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଲକ୍ ଡାଉନ ଯୋଗୁଁ କୃଷି କ୍ଷେତ୍ରରେ କିଛି ସମସ୍ୟା ସୃଷ୍ଟି ହେଉଛି। ଏହାର ସମଧାନ ପାଇଁ ପ୍ରୟାସ ଚାଲିଛି। ଜିଲ୍ଲା ସ୍ତରରେ ଥିବା ଚାଷୀଙ୍କ ସମସ୍ୟାକୁ ଦିଆଯାଇଛି ଗୁରୁତ୍ୱ। ମୁଖ୍ୟମନ୍ତ୍ରୀ ଲକ୍ ଡାଉନ କଟକଣାରୁ କୃଷିକ୍ଷେତ୍ରକୁ ବାଦ୍ ଦେଇଛନ୍ତି। ତେଣୁ ସୁରୁଖୁରୁରେ ଅମଳ ଟ୍ରାନ୍ସପୋର୍ଟିଂ ଉପରେ ଧ୍ୟାନ ଦିଆଯାଉଛି। ସେହିପରି କେନ୍ଦ୍ର ଗୃହ ମନ୍ତ୍ରାଳୟ ମତ୍ସ୍ୟଚାଷକୁ କଟକଣା ମୁକ୍ତ କରିଛନ୍ତି।
ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ପ୍ରୟାସ ଚାଲିଛି : କୃଷିମନ୍ତ୍ରୀ
|
April 12, 2020 |