ମାଣତ୍ରୀ, ୧୨.୦୧.୨୦୨୧(ସନ୍ଧାନ ନିଉଜ୍):- ମାନଗୋବିନ୍ଦପୁର ଲ୍ୟାମ୍ପସରେ ଚାଷୀଙ୍କ ଅଜ୍ଞାତରେ ଋଣ ମଂଜୁର ହୋଇ ୬୫ ହଜାର ଟଙ୍କା ହଡ଼ପ ହେବା ନେଇ ସନ୍ଦେହ ଉପୁଜୁଛି। ମାନଗୋବିନ୍ଦପୁର ଲ୍ୟାମ୍ପସରେ ମିରିଗିଦାରୀ ଗ୍ରାମର ହରିଶ ଚନ୍ଦ୍ର ମହାନ୍ତଙ୍କ ସ୍ତ୍ରୀ ଶ୍ରୀମତି ବିଶାଖା ମହାନ୍ତ ରଣ ଉଠାଇବା ପାଇଁ ଆବଶ୍ୟକ ପ୍ରମାଣ ପତ୍ର ଧରି ମାନଗୋବିନ୍ଦପୁର ଲ୍ୟାମ୍ପସରେ ପହଁଞ୍ଚଥିଲେ । ବମାନ କରୋନା ମହାମାରୀ ରଣ ହେଉନି। ପରବର୍ତ୍ତୀ ସମୟରେ ରଣ କରିଦିଆଯିବ କହି ଘରକୁ ପଠାଇ ଦେଇଥିଲେ ମ୍ୟାନେଜର । ହେଲେ ପରବର୍ତ୍ତୀ ସମୟରେ ତାଙ୍କ ଅଜାଣତରେ ରଣ ହୋଇଥିଲା ଏବଂ ଟଙ୍କା ମଧ୍ୟ ଉଠାଣ ହୋଇଛି । ସେ ପାସବୁକ ଅପଡେଟ୍ କଲାପରେ ଏଭଳି ଅଭିଯୋଗ ଆଣିଛନ୍ତି । ବଡ଼ସାହି କୋଅପରେଟିଭ ବ୍ୟାଙ୍କ ଅଧୀନରେ ପରିଚାଳିତ ହୁଏ ମାଗୋବିନ୍ଦପୁର ଲ୍ୟାମ୍ପସ । ଚାଷୀଙ୍କର ଲୋନ ସାସନ୍ ହେଲେ ଟଙ୍କା ଉଠାଣ ପାଇଁ ଚାଷୀଙ୍କୁ ବଡ଼ସାହି କୋଅପରେଟିଭ ବ୍ୟାଙ୍କକୁ ଯିବା ପାଇଁ ପଡ଼ିଥାଏ । ଲ୍ୟାମ୍ପସ ମ୍ୟାନେଜର ନିଜ ଦାୟତ୍ରରେ ବ୍ୟାଙ୍କରୁ ଟଙ୍କା ଉଠାଣ କରି ଆଣି ଚାଷୀଙ୍କୁ ଦେଇଥାନ୍ତି । ପୂର୍ବରୁ ଥିବା କ୍ୟାମ୍ପସର ମ୍ୟାନେଜର ସୂର୍ଗବାସୀ ହୋଇଯାଇଛନ୍ତି । ତାଙ୍କ ସମୟରେ ସେ ନିଜେ ଚାଷୀଙ୍କୁ ଲେନ୍ ଟଙ୍କା ଉଠାଇ ଦେଉଥିଲେ । ହେଲେ ବର୍ତ୍ତମାନ ସମୟରେ ଲ୍ୟାମ୍ପସରୁ ଚାଷୀଙ୍କ ଅଜ୍ଞାତରେ ବହୁ ପରିମାଣରେ ରଣ ହୋଇଛି ଓ ଟଙ୍କା ଉଠାଯାଇଛି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି । ଏହିଭଳି ଘଟଣା ମାନଗୋବିନ୍ଦପୁର ପଞ୍ଚାୟତ ମିରିଗିଦାରୀ ଗ୍ରାମର ବିଶାଖା ମହାନ୍ତ ନାମକ ଜଣେ ଚାଷୀଙ୍କର ଏହିଭଳି ଘଟଣା ଘଟିଥିବାର ଦେଖୁକୁ ମିଳିଛି । ବ୍ୟାଙ୍କ ପାସ ବହି ନ ୦୧୨୦୫୩୦୧୧୧୮୩ ଅନୁଯାୟୀ ଗତ ୨୬|୫|୨୦ରିଖ ଦିନ ଋଣ ମଞ୍ଜୁର ହୋଇ ସେ ଦିନ ହିଁ ପାସ ବହିରୁ ୬୫ହଜାର ଟଙ୍କା ଉଠାଣ ହୋଇଯାଇଛି। ରଣ ହିତାଧିକାରୀ ବ୍ୟାଙ୍କ ପାସଟି ଅପଡେଟ୍ କରିବା ପରେ ସେ ଜାଣିବାକୁ ପାଇଲେ ମୋ ବିନା ଦସ୍ତଖତରେ କିଭଳି ରଣ ହେବା ସହିତ ଋଣ ଟଙ୍କା ଉଠାଣ ହୋଇଯାଇଛି । ଲିଖିତ ଅଭିଯୋଗ ବଡସାହି କୋଅପରେଟିଭ ବ୍ୟାଙ୍କ ପରିଚାଳକଙ୍କୁ ଦେବା ସହିତ ମାନଗୋବିନ୍ଦପୁର ଲ୍ୟାମ୍ପସ ଏମଡିଙ୍କୁ ମଧ୍ୟ ଅଭିଯୋଗ ଦେଇଛନ୍ତି । ଏହାକୁ ଏକ ସପ୍ତାହ ମଧ୍ୟରେ ତଦାରଖ କରି ସତ୍ୟାସତ୍ୟ ବାହାର କରି ମୋର ୬୫ହଜାର ଟଙ୍କାର ରଣକୁ ଫେରସ୍ତ କରନ୍ତୁ । ନଚେତ୍ ସପରିବାର ଲ୍ୟାମ୍ପସ ଆଗରେ ଧାରଣାରେ ବସିବା ସହିତ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି ।
ଚାଷୀଙ୍କ ପାସ୍ବହିରୁ ଟଙ୍କା ହଡ଼ପ ଅଭିଯୋଗ
|
January 12, 2021 |