ଚାଳକ ବିହୀନ ବସ୍‌ ତିଆରି କଲେ ଭାରତୀୟ ଛାତ୍ର, ସୌର ଶକ୍ତିରେ ଗଡ଼ିବ ଗାଡ଼ି

Spread the love

ଫାଗଓ୍ଵାରା, ୨୬/୧ (ସନ୍ଧାନ ନିୟୁଜ): କିଛି ଭାରତୀୟ ଛାତ୍ର ମିଶି ପ୍ରଥମ ଥର ପାଇଁ ସୌର ଶକ୍ତି ଚାଳିତ ଏକ ବସ୍‌ ନିର୍ମାଣ କରିଛନ୍ତି। ସାଧାରଣତଃ ବସ୍‌ଗୁଡ଼ିକ ପେଟ୍ରୋଲ, ଡିଜେଲ୍‌, ସିଏନ୍‌ଜି ଆଦି ଜାଳେଣି ଦ୍ବାରା ଚାଲିଥାଏ। ମାତ୍ର ଏହି ଭାରତୀୟ ଉଦ୍‌ଭାବନରୁ ଦ୍ୱିଗୁଣ ଲାଭ ମିଳିବ । ଗୋଟିଏ ଥର ଚାର୍ଜରେ ଏହା ୭୦ କିଲୋମିଟର  ଚାଲିବ। ତେବେ, ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ବସ୍‌ର ଦାମ ମାତ୍ର ୧୫ ଲକ୍ଷ ଟଙ୍କା।

ଏହି ବସ୍‌ଟିରେ ବ୍ୟବହାର ହୋଇଥିବା ବ୍ୟାଟେରି ସୌର ଶକ୍ତି ବ୍ୟବହାର କରି ଚାର୍ଜ ହେଉଛି। ଗାଡ଼ିରେ ଖଞ୍ଜା ଯାଇଥିବା ସୋଲାର୍ ପାନେଲ୍  ଦ୍ୱାରା ୨ କିଲୋଓ୍ଵାଟ୍‌ସର ଶକ୍ତି ଉତ୍ପନ୍ନ କରି ହେଉଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବସ୍‌ଟିକୁ ଚଳାଇବା ପାଇଁ କୌଣସି ଚାଳକର ଆବଶ୍ୟକତା ନାହିଁ। ବସ୍‌ଟିରେ ଲାଗିଥିବା ସେନସର୍ ଦ୍ବାରା  ଆପେ ଆପେ ରାସ୍ତା ଠାବ କରି  ବସଟି ଚାଲିବ।

ଏହି ବସ୍‌ ତିଆରି କରିବାରେ ମୁଖ୍ୟ ଭୂମିକା ନିଭାଇଥିବା ପ୍ରକଳ୍ପର ମୁଖ୍ୟ ତଥା ଫାଗଓ୍ଵାରାର ଲଭ୍‌ଲି ପ୍ରଫେସନାଲ ୟୁନିଭରସିଟିର ଛାତ୍ର ମାନଦୀପ ସିଂହ କହନ୍ତି, ‘୨୦୧୪ ମସିହାରେ ଆମେ ଚାଳକ ବିହୀନ ଏକ ଗଲ୍‌ଫ କାର୍ଟ ନିର୍ମାଣ କରିଥିଲୁ। ଆମେ ଗତ ବର୍ଷ ଚିନ୍ତା କଲୁ ଯେ ତେବେ କାହିିଁକ ଚାଳକ ବିହୀନ ଏକ ବସ୍‌ ନିର୍ମାଣ କରିବା ନାହିଁ।’

ଏହି ବସ୍‌ ତିଆରି କରିବା ପାଇଁ ପ୍ରାୟ ୩୦୦ ଛାତ୍ର ଓ ୫ ଶିକ୍ଷକ ଲାଗିଥିବା ସୂଚନା ରହିଛି।

Related Posts

About The Author

Add Comment