ସୁନ୍ଦରଗଡ ତା:୧୭/୧୨/୨୦୨୫(ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ଗତ ୧୩ତାରିଖରୁ କାନାକୁଣ୍ଡରେ ରାଉରକେଲା ରୁ ପାଞ୍ଚ ଜଣ ବୁଲିବାକିଆସିଥିବା ବେଳେ ଜଣେ କାନାକୁଣ୍ଡ୍ ଅକାଟ ପାଣିରେ ଭାରସାମ୍ୟ ହରାଇ ଖସିପଡ଼ିଥିଲା ।ଏହି ପାରିପେଖିରେ ରୀତିମତ ଭାବରେ ସବଡେଗା ଅଗ୍ନିସମ ବିଭାଗ ସହିତ ତଳସରା ଥାନା ମିଳିତ ଅକାଳ ପରିଶ୍ରମରେ ଆଜି ମୃତକ ଦିପେଶ ପ୍ରଧାନ(୨୪ବର୍ଷ) ଙ୍କୁ ମୟାବାହାଲ୍ ଅଞ୍ଚଳର ବଂସଲ ବାହାଲ୍ ରୁ ଉଦ୍ଧାର କରିଥିବା ଜଣାପଡିଛି । ନିଖୋଜ ହୋଇଥିବା କାନାକୁଣ୍ଡରୁ ଏହି ବଂଶଲ ବାହାଲ ପ୍ରାୟ ପାଞ୍ଚ କିଲୋମିଟର ବୋଲି ଅନୁମାନ କରାଯାଉଛି । ସବଡେଗା ଅଗ୍ନିଶମ ବିଭାଗର ଲିଡ଼ିଂ ଫାୟାର ଫାଇଟର ରଜତ ଭେଂଗ୍ରା, ଫାୟାର ଫାଇଟର ଡ୍ରାଇଭର ସୁମନ୍ତ କୁମାର ବାଗ ସହିତ ଆଉ ତିନିଜଣ ଫାୟାର ଫାଇଟର ସଂଜିତ୍ ବାଗ,ଫକୀର ମୋହନ ନାଏକ ଏବଂ ବସନ୍ତ ବେହେରା ଅକ୍ଲାନ୍ତ ପରିଶ୍ରମରେ ଆଜି ଉଦ୍ଧାର କାର୍ଯ୍ୟ ହୋଇଥିଲା ।ସୂଚନା ଅନୁସାରେ ପ୍ରଥମେ ଖର ସ୍ରୋତରେ ଉଦ୍ଧାର କରିବା ସମୟେ ସବଡେଗା ଅଗ୍ନିଶମ ବିଭାଗର ଫାୟାର ଫାଇଟର ସଂଜିତ ବାଗ ଗଭୀର ଆଘାତ ହେବା କାରଣରୁ ଫେରିଯାଇଥିଲେ ମାତ୍ର ତା ପରେ ପରେ ଅନ୍ୟପଟୁ ପୁଣି ଅକ୍ଲାନ୍ତ ପ୍ରୟାସ ଜାରି ରଖିବା ଫଳରେ ଏହା ସଫଳ ହୋଇଥିଲା । ଉଦ୍ଧାର କଲାପରେ ବାଲିସଙ୍କରା ଅଗ୍ନିସମ୍ ବିଭାଗ ପହଞ୍ଚି ସହଯୋଗ କରିଥିଲେ । ଉଦ୍ଧାର ପରେ ଶବ କୁ ତଳସରା ପୋଲିସ କୁ ହସ୍ତାନ୍ତର କରିବା ସହିତ ଆହତ ହୋଇଥିବା ଅଗ୍ନିଶମ ବିଭାଗ ର ଫାୟାର ଫାଇଟର ସଂଜିତ ବାଗ ଙ୍କୁ ସବଡେଗା ପ୍ରାଥମିକ ଚିକିତ୍ସାଲୟ ନେଇ ଚିକିତ୍ସା କରାଯାଇଥିଲା ।
ଚାରି ଦିନରୁ ନିଖୋଜ ଥିବା ଯୁବକ ର ଶବ ସବଡେଗା ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର, ଜଣେ ଫାୟାର ଫାଇଟର ଆହତ
|
December 17, 2025 |



