ଚାନ୍ଦବାଲି ରେ ତିନ ଟି ନୂଆ ପକଳ୍ପ ର ଶିଳାନ୍ୟାସ

Spread the love
ଚାନ୍ଦବାଲି, 23/3 (ସନ୍ଧାନ ନ୍ୟୁଜ୍) ଚାନ୍ଦବାଲି ରେ ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଗତ କାଲି ଚାନ୍ଦବାଲି ବିଧାୟକ ତଥା ଯୋଜନା ବୋଡ ର ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟ ଙ୍କ ଦ୍ଵାରା ତିନୋଟି ପକଳ୍ପ ର ଶିଳାନ୍ୟାସ କରାଯାଇଛି। ପକଳ୍ପ ର ମୋଟ ଦଶ ଲକ୍ଷ ଅସି ହଜାର ରଖାଯାଇଛି। ଚାନ୍ଦବାଲି ମେଡିକାଲ୍ ର ନୂତନ ଗୃହ କାର୍ଯ୍ୟ ପାଇଁ ପାଞ୍ଚ କୋଟି ତେର ଲକ୍ଷ କରାଯାଇଥିବା ବେଳେ ଚରଦିଆ ପଞ୍ଚାୟତ ର ସୈଳେନ୍ଦ୍ର ପଲ୍ଲୀ ରାସ୍ତାର ଉନ୍ନିକରଣ ପାଇଁ ୪୨ ଲକ୍ଷ ଟଙ୍କାର ଶିଳାନ୍ୟାସ କରିଥିଲେ। ତୃତୀୟ ରେ ପୁରାତନ ଶୈବ ପୀଠ ଆରଡ଼ି କୁ ଗମନାଗମନ ର ସୁବିଧା ପାଇଁ ମାତ୍ତୋ-  ଧାନଖଣିଆ ରାସ୍ତା ପାଇଁ ପାଞ୍ଚ କୋଟି ପଚିଶି ଲକ୍ଷ ଟଙ୍କା ର ଶିଳାନ୍ୟାସ କରିଛନ୍ତି। ଏହି ଶିଳାନ୍ୟାସ ବେଳେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦ୍ଵିଯବର ରାଉତ, ଏବଂ ବହୁ ବିଜେଡ଼ି ନେତା ମାନେ ଉପସ୍ଥିତ ଥିଲେ। ଚାନ୍ଦବାଲି ର ଉନ୍ନତି ପାଇଁ ସରକାର ପଦକ୍ଷେପ ନେଇଥିବା ଯୋଗୁ ମୁଖ୍ୟ ମନ୍ତ୍ରୀ ଙ୍କୁ ବହୁ କୃତଜ୍ଞତା ଜଣାଇଛନ୍ତି।

Related Posts

About The Author

Add Comment