ଚାନ୍ଦବାଲି:(ସନ୍ଧାନ ନ୍ୟୁଜ୍) ଭଦ୍ରକ ଜିଲ୍ଲା ର ଚାନ୍ଦବାଲି ରେ ରହୁ ଥିବା ଗଙ୍ଗାଧର ସାହୁ ଙ୍କ ଝିଅ କ୍ରିଷ୍ଣା ରଜ କୁଇନ ର ଗ୍ରାଣ୍ଡ ଫାଇନାଲ ର ବିଜେତା ହୋଇଛନ୍ତି | ତେବେ ଚାନ୍ଦବାଲି ଅଞ୍ଚଳ ରେ ବିଶିଷ୍ଟ ସମାଜ ସେଵୀ ତଥା ପ୍ରତିଷ୍ଠ ବ୍ୟବସାୟୀ ଙ୍କ ପରିବାର ର ଝିଅ କ୍ରୀଷ୍ଣା | ସାର୍ଥକ ଚ୍ୟାନେଲ ରେ ପ୍ରସାରଣ ହେଉ ଥିବା ଏହି ରଜ କୁଇନ ରିୟାଲିଟି ସୋ ରେ ଆମ ରାଜ୍ୟ ର ଅନେକ ସହର ରୁ ଭିନ୍ନ ଭିନ୍ନ ଝିଅ ଆସି ଏଥିରେ ଭାଗ ନେଇ ଥାଆନ୍ତି | ଝିଅ ମାନେ ଅନେକ କଳା ର ପଦର୍ଶନ ଦେଖାଇ ଏହି ରଜ କୁଇନ ଏପିସଡ଼ ଜିତି ପାରନ୍ତି ବା କୁଇନ ହୋଇ ପାରନ୍ତି | ତେବେ ରଜ କୁଇନ ରେ ଝିଅ ମାନଙ୍କୁ ଅନେକ ପ୍ରଶ୍ନ ର ଉତ୍ତର ଦେବାକୁ ପଡ଼େ, ଅନେକ ଟ୍ୟାକ୍ସ କରିବାକୁ ପଡ଼େ, ସୁନ୍ଦର ଭାବେ ଗୀତ ଗାଇବାକୁ ସହିତ ନାଚିବାକୁ ମଧ୍ୟ ପଡ଼ି ଥାଏ | ତେବେ ଏହି ସବୁ ଭିତରେ ଯେଉଁ ଯୁବତୀ ସବୁଠୁ ଭଲ କଳା ର ପ୍ରଦର୍ଶନ କରି ଥାଏ ସିଏ ହିଁ ଏହି ରଜ କୁଇନ ର ମୁକୁଟ ପିନ୍ଧିଥାନ୍ତି | ତେବେ ଓଡ଼ିଶା ର ବଛା ବଛା ରଜ କୁଇନ ରେ ଉପସ୍ଥିତ ଥିବା ବେଳେ କ୍ରିଷ୍ଣା ଶେଷ ରେ ବିଜେତା ଲାଭ କରିଛନ୍ତି | କ୍ରିଷ୍ଣା ବହୁତ ସୁନ୍ଦର ଆକ୍ଟିଙ୍ଗ ଓ ନାଚ କରିବା ସହିତ ବିଜେତା ହୋଇ ପାରିଛନ୍ତି। ତେବେ ଏହାକୁ ନେଇ କ୍ରିଷ୍ଣା ଏବଂ ତାଙ୍କ ପରିବାର ଲୋକ ବହୁତ ଖୁସି ସହିତ ଚାନ୍ଦବାଲି ଅଞ୍ଚଳ ବାସି ଙ୍କର ପ୍ରଶଂସା ର ସୁଅ ଛୁଟୁଛି।
ଚାନ୍ଦବାଲିରେ ରଜ କୁଇନ
|
August 11, 2021 |