ଯାଜପୁର ସଦର, ୨୮/୩/୨୬ (ସନ୍ଧାନ ନ୍ୟୁଜ ) :ସରକାର ପରିବେଶ ସୁରକ୍ଷା ଓ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ନୂଆ ଜଙ୍ଗଲ ସୃଷ୍ଟି କରିବା ସହିତ ବିଭିନ୍ନ ରାସ୍ତାର ଉଭୟ ପାର୍ଶ୍ୱରେ ବୃକ୍ଷ ରୋପଣ କରୁଛନ୍ତି | କିନ୍ତୁ ସରକାରୀ ବାବୁଙ୍କ ବେପରୁଆ ନିତି ଓ ମନମୁଖୀ କାର୍ଯ୍ୟ ପାଇଁ ବହୁ ସ୍ଥାନରେ ସ୍ଥାନୀୟ ଲୋକ ଉକ୍ତ ଗଛ ଗୁଡିକ କାଟି ନେଉଥିବାର ଦେଖିବାକୁ ମିଳୁଛି।ଏମିତି ଏକ ଘଟଣା ଦେଖିବା ପାଇଁ ମିଳିଛି ଦଶରଥପୁର ବ୍ଲକ ଚଷାଖଣ୍ଡ ମୁରାରୀପୁର ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ।ଅଭିଯୋଗ ଅନୁସାରେ ଚଷାଖଣ୍ଡ ମୁରାରୀପୁର ଗ୍ରାମ୍ୟ ଉନ୍ନୟନ ରାସ୍ତାରୁ ସ୍ଥାନୀୟ ଲୋକ ଗଛ ଗୁଡିକୁ କରତ ଲଗାଇ ଦିନ ଦି ପ୍ରହରରେ କାଟି ନେଉଛନ୍ତି।ପ୍ରତିବାଦ କଲେ ମଧ୍ୟ କିଛି ଫରକ ପଡୁନି କାଠ ଚୋରା ବେପାରୀଙ୍କୁ ଓଲଟା ଧମକ ଦେଉଛନ୍ତି ଅଭିଯୋଗ କାରୀଙ୍କୁ।ପ୍ରଶାସନର ନିରବଦ୍ରଷ୍ଟା ସାଜିଥିବା ବେଳେ କାଠ ଚୋରଙ୍କ ପାଇଁ ପରୋକ୍ଷରେ ସମର୍ଥନ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ତେବେ ଗଛ କାଟୁଥିବା ଲୋକଙ୍କ ଭିଡ଼ିଓ ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଜଙ୍ଗଲ ବିଭାଗ ଓ ସ୍ଥାନୀୟ ତହସିଲଦାର କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ଅଞ୍ଚଳ ବାସି ଚାହିଁ ବସିଛନ୍ତି |
ଚଷାଖଣ୍ଡ ମୁରାରୀପୁର ଗ୍ରାମ୍ୟ ଉନ୍ନୟନ ରାସ୍ତାକଡ଼ରୁ ଗଛ କାଟି ନେଉଛନ୍ତି ସ୍ଥାନୀୟ ଲୋକ
|
March 28, 2026 |



