ଭଦ୍ରକ,୧୦/୦୨ (ସନ୍ଧାନ ନିୟୁଜ) ଝାରସୁଗୁଡା ରେଲୱେ ପୋଲିସ ଦ୍ୱାରା ଚଳନ୍ତା ଟ୍ରେନ ରୁ ଚାଉଳ ଚୋରି ଅଭିଯୋଗ ରେ 2 ଗିରଫ । ଭଦ୍ରକ ଜିଲ୍ଲା ଧାମନଗର ପୋଲିସ ସହାୟତାରେ ଧାମନଗର ଖାନକା ପରିସରରୁ ଦୁଇ ଜଣକୁ ଗିରଫ କରି ଝାରସୁଗୁଡା ନେଇ ଯାଇଛି ଝାରସୁଗୁଡା ରେଲୱେ ପୋଲିସ । ଅଧିକ ପଚରା ଉଚୁରା କାରାଯିବା ନେଇ ସୂଚନା ମିଳିଛି । ଆରପିଏଫ ଥାନା ଝାରସୁଗୁଡା କେଶ ନଂ 2/20 ମାମଲା ରୁଜୁ କରି ଫୋନ ଟ୍ରାକିଂ ମାଧ୍ୟମରେ ସୂଚନା ପାଇଥିଲେ ଯେ ଅଭିଯୁକ୍ତ ଧାମନଗର ଲୋକେସନରେ ଅଛନ୍ତି । ପ୍ରାୟ ଏକ ମାସ ତଳେ ଟ୍ରେନରୁ 300 ବସ୍ତା ଚାଉଳ ଚୋରି କରିବା ଘଟଣା ଝାରସୁଗୁଡ଼ା ରେଲୱେ କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଥିଲା ଅଭିଯୁକ୍ତ । କେବଳ ସେତିକି ନୁହଁ ଏହି ଘଟଣାରେ ପୂର୍ବରୁ ଆରପିଏଫର 5 ରୁ ଅଧିକ ଉପରିସ୍ତ ଅଧିକାରୀ ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ ନାମରେ 10 ରୁ ଅଧିକ ଚୋରି ମାମଲା ଥିବା ସୂଚନା ମିଳିଛି।
ଚଳନ୍ତା ଟ୍ରେନରୁ 300 ବସ୍ତା ଚାଉଳ ଚୋରି କରି ଧାମନଗରରୁ ଗିରଫ ହେଲେ ଦୁଇ ଯୁବକ
|
February 11, 2020 |



