ଭୁବନେଶ୍ୱର, ୨୪/୦୩ (ସନ୍ଧାନ ନିୟୁଜ) ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବରାଜ ସିଂ ଚୌହ୍ୱାନ । ରାଜଭବନରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶିବରାଜ । ରାଜ୍ୟପାଳ ଶିବରାଜଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହାପୂର୍ବରୁ ଲଗାତାର ୩ ଥର ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି ଶିବରାଜ । ତେବେ ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ବହୁମତ ହାସଲ କରି ନ ପାରିବାରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଚୌକିରୁ ଶିବରାଜଙ୍କୁ ଓହ୍ଲାଇବାକୁ ପଡିଥିଲା । ମଧ୍ୟପ୍ରଦେଶରେ ସରକାର ଗଢିଥିଲା କଂଗ୍ରେସ । ତେବେ ଦୀର୍ଘ ୧୫ ମାସ ପରେ ପୁଣିଥରେ କମବ୍ୟାକ୍ କରିବା ସହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶିବରାଜ ।
ତାଜା ଖବର
- ଶିଶୁ ର ମୃତ ଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ।
- ଆହତ ଷଣ୍ଢର ଚିକିତ୍ସା କରାଇଲା ଧବଳେଶ୍ବର ୟୁଥ୍ କ୍ଲବ୍
- ଏବେ ମଧ୍ୟ ଗାଁ କୁ ରାସ୍ତା ନାହିଁ,ଆମ୍ବୁଲାନ୍ସ ପହଞ୍ଚି ପାରୁ ନି,ବର୍ଷ ବର୍ଷ ଧରି ଖଟରେ ବୋହା ହେଉଛନ୍ତି ରୋଗୀ
- ଆର.ଡବଲ୍ଲୁ. ଏସ.ଏସ ନି କତୃପକ୍ଷ ଙ୍କ ଅବହେଳା ଯୋଗୁଁ ନାଲି ମିଶା ପାନୀୟଜଳ ପିଉଛନ୍ତି ସବଡେଗା ଗ୍ରାମବାସୀ, ରୋଗରେ ଆକ୍ରାନ୍ତ ହେବା ଆଶଙ୍କା
- ଅବାଧରେ ଛତିଶ ଗଡ ରୁ ରାଜ୍ୟ ରାଜପଥ ୨୪ ଦେଇ ସୁନ୍ଦରଗଡ ରୁ ଝାରସୁଗୁଡା କୁ ବାଉଁଶ ବେପାର
- ୨୬ ତମ ଶ୍ରୀଚୈତନ୍ଯ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ସୁଙ୍ଗୁଡା ବିଜୟୀ
- ପେରୁଆ ଭାଡ଼ି ଆସ ଡମ୍ପିଂ କୁ ନେଇ ଜନ ବିକ୍ଷୋଭ, ଜିଲ୍ଲାପାଲ ଉଦ୍ଦେଶ୍ୟରେ ତହସିଲଦାର ଙ୍କୁ ଆସ ଡମ୍ପିଂ ବିରୋଧରେ ଦାବିପତ୍ର ପ୍ରଦାନ
- ସବଡେଗା ଧର୍ମପଦ ମାର୍କେଟ କମ୍ପ୍ଲେକ୍ସ ସ୍ୱଚ୍ଚ ଭାରତ ଅଭିଯାନର ମୁକସାକ୍ଷୀ, ଦୋକାନୀ ହେଉଛନ୍ତି ହଟହଟା
- ଚାରିପ୍ରହର ନାମଯଜ୍ଞାରେ ସବଡେଗା ପରିବେଶ ଆତ୍ମ ବିଭୋର
- ଆୟୁର୍ବେଦ କୁ ନେଇ ସବଡେଗା ରେ ସ୍ବାସ୍ଥ୍ୟ “ପ୍ରୋବେଧା” ର ନୂତନ ସୂର୍ଯ୍ୟ ଉଦୟ


