ଚଣ୍ଡିଖୋଲ,୩/୧୦/୨୦୨୧ (ସନ୍ଧାନ ନିଉଜ)ଉତ୍ତର ପ୍ରଦେଶରେ ୨ଜଣ ଚାଷୀଙ୍କ ଉପରେ ଗାଡି ଚଢାଇ ହତ୍ୟା ଏବଂ ଚାଷୀ ମାନଙ୍କୁ ଭେଟିବାକୁ ଯାଇଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରିବାକୁ ନେଇ ଚଣ୍ଡିଖୋଲ ଛକଠାରେ ପ୍ରତିବାଦ କରିବା ସହିତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶ ପୁତ୍ତଳିକ ଦାହ କରାଯାଇଛି। ଏଥି ସହିତ କେନ୍ଦ୍ର ସରକାର ବିରାଧି ବିଭିନ୍ନ ନାରବାଜି ଦେଇଥିଲେ। ବଡଚଣା କଂଗ୍ରେସର ବିଧାୟକ ପାର୍ଥି ଅଜୟ ସାମଲଙ୍କ ସହିତ ବିଶ୍ୱପ୍ରକାଶ ସାମଲ, ସଞ୍ଜୟ କୁମାର କର, ଖଗେଶ୍ୱର ବେହେରା, ସମ୍ପଦ ଦାସ, ପ୍ରଭାତ ସାହୁ, ଅଶୋକ ବେହେରା, ଚାନ୍ଦ ଖାଁ, ଅୟଶୂଦିନ ଖାଁ, କମରୁଜ ଖାଁ,ନାରାୟଣ ଦାସ, କଂହୁ ଚରଣ ଦାସ ମାନଗୋବିନ୍ଦ ଦାସ, ଜୟ ପ୍ରକାଶ ବିଶ୍ୱାଳ, ପ୍ରଭାତ ସାହୁ ପ୍ରମୁଖ ଏଥିରେ ଯୋଗ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଚଣ୍ଡୀଖୋଲେରେ ଯୁବ କଂଗ୍ରେସ ପକ୍ଷରୁ ମୋଦି ଓ ଯୋଗୀଙ୍କ କୁଶ ପୁତ୍ତଳିକ ଦାହ
|
October 4, 2021 |


