ଭୁବନେଶ୍ୱର/ଯାଜପୁର, ୨୬/୦୪/୨୧ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) : ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଚଣ୍ଡିତଳ ପଂଚାୟତରେ ହୋଇଥିବା ବ୍ୟାପକ ଦୁର୍ନିତି ଧିରେ ଧିରେ ପଦାକୁ ଆସିବାରେ ଲାଗିଛି । ପଂଚାୟତରେ ବୋଧ ହୁଏ ଏହି ଚଳିତ ନିର୍ବାଚନ ବର୍ଷରେ ସବାର୍ଧିକ ଲୁଟ ହୋଇଛି । ଲୋକମାନଙ୍କ ନିରକ୍ଷତରାର ସୁଯୋଗ ନେଇ ପଂଚାୟତର ସରପଂଚ , ଭିଏଲଡବ୍ଲୁ, ଜେଇ ଏବଂ କେତେକ କୁଜିନେତା ମାନେ ମିଳିମିଶି କୋଟି କୋଟି ଟଙ୍କା ଲୁଟ କରିଛନ୍ତି । ଚଣ୍ଡିତଳର ବାତୋ ଗ୍ରାମରେ ମହାଦେବ ମନ୍ଦିର କାର୍ଯ୍ୟରେ ହୋଇଥିବା ବ୍ୟାପକ ଦୁର୍ନିତ ଧରାପଡିବା ପରେ ଜିଲ୍ଲାସ୍ତରକୁ କଥା ଯାଇଥିଲା । ଏହା ପରେ କାର୍ଯ୍ୟଟି ବନ୍ଦ କରାଯାଇଛି । ଏହାର ଖୋଜ କରୁ କରୁ ନରେଗା ଯୋଜନାରେ ପାଖାପାଖି ୩ଲକ୍ଷ ଚଳୁ କରିଥିବା ନେଇ ପୁଣି ଅଭିଯୋଗ ଆସିଥିଲା । ଏପରକି ଏହା ଉପରେ ତଥ୍ୟ ଖୋଜିବା ପରେ ଯେଉଁ ସୂଚନା ଫଳକଟି ମିଳିଥିଲା ସେଥିରେ ନରୋଗା ଆଇନ ଅନୁଯାୟୀ ଯେଉଁ ତଥ୍ୟ ରହିବା କଥା ତାହା ନଥିବାର ଦେଖାଯାଇଥିଲା । ଏପରକି ସୂଚନା ଫଳକଟି ନିଜେ ଛିଡା ହୋଇପାରିବା ଭଳି ନରହି ଫଛରୁ ଅନ୍ୟ ଏକ ସିମେଂଟ ଡେରା ମାଧ୍ୟମରେ ଲଟକି ରହିଥିଲା । ସେଥିରେ ବିଭାଗୀୟ ଅଧିକାରୀଙ୍କ ନାମ ନଥିବା ବେଳେ କାର୍ଯ୍ୟର ଏକକ ମାପ ବି ନଥିଲା । କେତେ ଚାରା ଲାଗିଛି ତାହାର ବି କୌଣସି ରେକର୍ଡ ନଥିବା ଦେଖିବାକୁ ମିଳିଛି । ଏପରକି କାର୍ଯ୍ୟଟି କେବେ କରାଯାଇ କେବେ ଶେଷ ହୋଇଛି ତାହାବି ଉଲ୍ଲେଖ ନାହିଁ । କାର୍ଯ୍ୟଟିର କୋଡ ନମ୍ବର ବି ଉଲ୍ଲେଖ ନାହିଁ । ତେବେ ସୂଚନା ଫଳକ ଅନୁଯାୟୀ କାର୍ଯ୍ୟଟି ୨୦୨୦-୨୧ ଆର୍ଥିକ ବର୍ଷରେ ହୋଇଥିବା ବେଳେ କାର୍ଯ୍ୟର ନାମ ସିସି ରୋଡଠାରୁ ନଣ୍ଡାଚୁଆ ପ୍ରର୍ଯ୍ୟନ୍ତ ଉଭଳ ପାର୍ଶ୍ୟରେ ବୃକ୍ଷ ରୋପଣ ନାମରେ ଯୋଜନା ରହିଛି । ଏପରକି ପ୍ରଥମରେ ୨୦କି ୨୫ଟି ଗଛ ଲଗାଇଦେଇ ଏବଂ ଶେଷ ଭାଗରେ ୨୦କି ୨୫ଟି ଗଛ ଲଗାଇଦେଇ ଏହା ବାଦଦର ଅଟକଳ ମୂଲ୍ୟ୨ଲକ୍ଷ୭୫ହଜାର ଟଙ୍କା ଉଠାଇ ନେଇଛନ୍ତି । କାର୍ଯ୍ୟରେ ବିଭିନ୍ନ ଲୋକଙ୍କ ନାଁରେ ଜବକାର୍ଡ କରି ସେମାନଙ୍କ ୧୦୦ଟଙ୍କା ଦେଇ ଅବଶିଷ୍ଠ ସମସ୍ତ ଅର୍ଥ ସେମାନଙ୍କ ଠାରୁ ତୋଳାଇ ନିଆଯାଇଛି । ଏପରକି କାହାକୁ କିଛି ନକହିବା ପାଇଁ ସେମାନଙ୍କ ଧମକ ଦିଆଯାଇଛି । ଏହାକୁ ସେହି ୱାର୍ଡର ୱାର୍ଡମେମ୍ବର ସରପଂଚ ମମିନ ଅଲ୍ଲୀ ଖାଁଙ୍କ ନିର୍ଦ୍ଦେଶରେଏହାକୁ ରୂପରେଖ ଦେଇଥିବା ଜଣାପଡିଛି । ଏହି ବିଷୟରେ ବିଡିଓ ଅଜିତ ପ୍ରସାଦ ନାରାୟଣ ଗିରିଙ୍କ ପ୍ରଚ୍ଛଦ ହାତ ରହିଥିବା ବେଳେ ଏହି ବିଷୟରେ ତାଙ୍କୁ ପଚାରିବାରୁ ସେ ଏପରି ହୋଇନଥିବା ଏବଂ ଏହାର ତଦନ୍ତ ହେବ ବୋଲି ପ୍ରକାଶ କରିଥିଲେ । ଫଳରେ ଏଠାରେ ଦୁର୍ନିତିରେ କୋଟି କୋଟି ଟଙ୍କାର କରାଯାଇଥିବା ସ୍ପଷ୍ଟ ରୁପେ ଜଣାପଡୁଛି । ଏହା ଉପରେ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି । ଏପରକି ଏହା ଉପରେ ଲୋକାୟୁଙ୍କ ଦ୍ୱାରାସ୍ତ ହେବ ସୂଚନା ଅଧିକାର କର୍ମୀ ପ୍ରକାଶ କରିଛନ୍ତି ।
ଚଣ୍ଡିତଳ ପଂଚାୟତ: ଚାରା ରୋପଣ ନାଁରେ ୩ଲକ୍ଷ ଚଳୁ ସୂଚନା ଫଳକରେ ତଥ୍ୟ ନାହିଁ, ସରପଂଚ ମମିନ ଅଲ୍ଲୀ ଦେଉଛନ୍ତି ଧମକ
|
April 26, 2021 |