ଚଣ୍ଡିଖୋଲ ଷ୍ଟେଟ୍ ବ୍ୟଙ୍କ ନିକଟରେ ବନ୍ଧୁକ ଦେଖାଇ ପେଟ୍ରୋଲ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ ଉଦ୍ୟମ

Spread the love

ଚଣ୍ଡିଖୋଲ,୨୭/୮(ସନ୍ଧାନ ନିୟୁଜ/ଏମ ରାଉତ)- ଚଣ୍ଡଖୋଲ ପାଣ୍ଡିଠାରୁ ମାତ୍ର ୫୦ମିଟର ଦୂରତା ମଧ୍ୟରେ ଥିବା ଚଣ୍ଡିଖୋଲ ସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ନିକଟରେ ଏକ ମାରୁତି(ୱାଗନର୍) ଗାଡ଼ିରୁ ୪ ଜଣ ଦୁବୃର୍ତ ବନ୍ଧୁକ ଦେଖାଇ ଟଙ୍କା ଲୁଟ୍ ଉଦ୍ୟମ ସୋମବାର ବିଫଳ ହୋଇଥିବାର ଜଣାଯାଇଛି । ଆଜି ଅପରାହ୍ନ ପ୍ରାୟ ୨ ଘଟିକା ସମୟରେ ବଡ଼ଚଣା ସ୍ଥିତ ଏକ ପେଟ୍ରୋଲ୍ ପମ୍ପର କର୍ମଚାରୀ ମାନେ ଏକ ୱାଗନର୍ ଯୋଗେଁ ଟଙ୍କା ଜମା କରିବାକୁ ଷ୍ଟେଟ୍ ବ୍ୟାଙ୍କ୍ ଶାଖାକୁ ଆସିଥିଲେ । ବ୍ୟାଙ୍କ୍ ପାଚେରୀ ନିକଟରେ ଗାଡ଼ିରଖି ଟଙ୍କା ବ୍ୟାଗ୍ ବାହାର କରୁଥିବା ସମୟରେ ବିପରିତ ଦିଗରୁ ଦୁଇଟି ମୋଟର ସାଇକେଲରେ ୪ ଜଣ ଯୁବକ ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ୍ ଛଡ଼ାଇ ନେବାପାଇଁ ଉଦ୍ୟମ କରିଥିଲେ । ଜୈନିକ କର୍ମଚାରୀ ଉପସ୍ଥିତ ବୁଦ୍ଧି ଖଟାଇ ଟଙ୍କା ବ୍ୟାଗ୍ଟିକୁ ପାଚେରୀ ଆରପାଖ ବ୍ୟାଙ୍କ୍ ସମ୍ମୁଖକୁ ଫୋପାଡ଼ି ଦେଇଥିଲେ । ଫଳରେ ଉପାୟ ନପାଇ ଦୁବୃର୍ତମାନେ ଘଟଣାସ୍ଥଳକୁ ଫେରାର୍ ହୋଇଯାଇଥିଲେ । ଏହି ଘଟଣାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । ପ୍ରକାଶ ଥାଉକି ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ସଠିକ ଭାବରେ ନିଜର କାର୍ଯ୍ୟ ନକରିବା, ଲୋକଙ୍କ ଏଫଆଇଆର ନରଖିବା, ଲୋକଙ୍କୁ ଆଶାଳୀନ ବ୍ୟବହର ଦେଖାଇବା କାର୍ଯ୍ୟରେ ଲିପ୍ତ ରହୁଥିବା ବେଳେ ନିଜର ପକୃତ କାର୍ଯ୍ୟ କରୁନଥିବା ଅଭିଯୋଗ ହୋଉଛି । ବ୍ୟାଙ୍କ୍ ଓ ଚଣ୍ଡିଖୋଲ ବଜାର ଅପରାଧି ମାନଙ୍କୁ ଖୋଜିବା ପାଇଁ ଆଦୈା ଆସିବାର ଦେଖାଯାଉନାହିଁ । ତାଙ୍କୁ ଏଠାରୁ ବଦଳି କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

Related Posts

About The Author

Add Comment