ଚଣ୍ଡିଖୋଲ: ମରଣଯନ୍ତା ପାଲଟିଛି ୧୬ ଓ ୫୩ନମ୍ବର ଜାତୀୟ ରାଜପଥ
ଚଣ୍ଡିଖୋଲ: ମରଣଯନ୍ତା ପାଲଟିଛି ୧୬ ଓ ୫୩ନମ୍ବର ଜାତୀୟ ରାଜପଥ
Manas Kumar Rout |
July 3, 2018 |
ଯାଜପୁର/ଚଣ୍ଡିଖୋଲ,୩/୭(ସନ୍ଧାନ ନିୟୁଜ/ମାନସ ରାଉତ): ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥର ବଡଚଣା ଛକ ଠାରୁ ଚଣ୍ଡିଖୋଲ ଛକ ଓ ୫୩ ଜାତୀୟ ରାଜପଥର ଖୋସାଲିପୁର ନିକଟରେ ଥିବା ରେଲୱେ ଓଭର ବ୍ରିଜରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଛି । ୧୬ନମ୍ବର ଜାତୀୟ ରାଜପଥର ହୋଟେଲ ରାଜପଥ ନିକଟରେ ତିନିଦିନ ହେବ ସିରିଚ ଦୁର୍ଘଟଣା ଘଟି ବହୁ ବାଇକ ଆରେହୀ ଗୁରୁତର ହୋଇ କଟକ ବଡଡାକ୍ତରଖାନା ସ୍ଥାନାନ୍ତରୀତ ହୋଇଥିବା ଜଣାଯାଇଛି । ଏହି ସ୍ଥାନରେ ବାଡନଥିବାରୁ ରାସ୍ତା ଉପରକୁ ବୁଲା ଗାଇଗୋରୁ ପଶି ଆସୁଥିବାରୁ ବାଇକ ଆରୋହୀ ମାନେ ଜାଣିନପାରି ଦୁର୍ଘଟଣାର ଶିକାର ହେଉଛନ୍ତି । ସେମାନଙ୍କୁ ସୋମବାର ଅପରାହ୍ନରେ ଏହି ରାସ୍ତାର ରଂଙ୍ଗରୁଟରେ ଏକ ଡ୍ରମ୍ଫର କାରକୁ ମୁହାମୁହିଁ ଧକ୍କା ଦେବାରୁ ୪ଜଣ ଗୁରୁତର ହୋଇଥିବା ନଜିର ଅଛି । ସେହିପରି ଖୋସାଲିପୁର ରେଲୱେ ଓଭର ବ୍ରିଜରେ ଏକ ଟ୍ରକ ଭାରସାମ୍ୟ ହରାଇ ବ୍ରିଜର ବାଡକୁ ଭାଙ୍ଗି ତଳକୁ ଖସି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ସୋମବାର ଦିନ ଏକ ଦଶଚକିଆ ଟ୍ରକ ଇଣ୍ଡିକାକୁ ବି୍ରଜ ଉପରେ ଧକ୍କା ଦେବାରୁ ବ୍ରିଜର ବାଡଭାଙ୍ଗି ଝୁଲନ୍ତା ଅବସ୍ଥାରେ ରହିଥିଲା । ଏହା ଫଳରେ ଅନେକ ସମୟରେ ଧରି ସେହି ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଦୁର୍ଘଟଣା ଘଟିବା ପରେ ଦିର୍ଘଦିନ ଧରି ବାଡା ଗୁଡିକ ଭଗ୍ନଅବସ୍ଥାରେ ଥିଲେବି ଏହାର ମରାମତି କିମ୍ବା ନିର୍ମାଣ କରାଯାଉନାହିଁ । ଯାହା ଫଳରେ ସେହି ବ୍ରିଜ ଦେଇଯାଉଥିବା ସାଧାରଣ ପଥଚରୀ,ଦୁଇଚକିଆ ଓ ୪ଚକିଆ ଯାନ ଗୁଡିକ ପାଇଁ ବିପଦ ସଂକୁଳ ଅବସ୍ଥା ସୃଷ୍ଟି ହେଉଛି । ଜାତୀୟ ରାଜପଥ ପ୍ରାଧ୍ୟକରଣ ଅଧିକାରୀ ମାନେ ସେହି ରାସ୍ତାଦେଇ ଦୈନଦିନ ଯାତାୟତ କରୁଥିଲେ ମଧ୍ୟ ଏଭଳି ସମସ୍ୟାପ୍ରତି ଦୃଷ୍ଟିପଡୁନାହିଁ । ଚଣ୍ଡିଖୋଲ ଟ୍ରାଫିକ ଥାନା ଠାରୁ ମାତ୍ର ଅଳ୍ପକିଛି ଦୂରରେ ସବୁବେଳେ ବେପାରୁଆ ଭାବେ ଗାଡି ଚଳାଚଳ ହେଉଥିବାରୁ ଦୈନଦିନ ଦୁର୍ଘଟଣା ଘଟୁ୍ଥିଲେ ବି ଟ୍ରାଫିକ ଥାନାଧିକାରୀଙ୍କ ଦୃଷ୍ଟି ନପଡିବା ସାଧାରଣରେ ଚର୍ଚ୍ଚା ଜୋରଧରିଛି ।
Related Posts
About The Author