ଚଣ୍ଡିଖୋଲ ନିକଟସ୍ଥ ବହୁ ପୁରାତନ ନେଉଳପୁର ସେଂଟ୍ରାଲ ବ୍ୟଙ୍କ ଅବ୍ୟବସ୍ଥା ମଧ୍ୟରେ ଚାଲୁଛି

Spread the love

ଧର୍ମଶାଳା, ୨୬/୦୫ (ସନ୍ଧାନ ନିୟୁଜ) : ଧର୍ମଶାଳାବ୍ଲକ ଅନ୍ତର୍ଗତ ଚଣ୍ଡିଖୋଲ ନିକଟସ୍ଥ ବହୁ ପୁରାତନ ନେଉଳପୁର ସେଂଟ୍ରାଲ ବ୍ୟଙ୍କ ଅବ୍ୟବସ୍ଥା ମଧ୍ୟରେ ଚାଲୁଛି । ଫଳରେ ଗ୍ରାହକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଗ୍ରାହକ ମାନଙ୍କୁ ବ୍ୟକ୍ତ ପରିସର ଭିତରକୁ ଯିବାକୁ ଅନୁମତି ଦିଆଯାଉନାହିଁ । ସର୍ବଦା ଗେଟରେ ତାଲା ପାକାଇଦେଉଥିବା ବେଳେ ଗ୍ରାହକ ମାନେ ପଦାରେ ଖରାରେ ବସି ରହୁଥିବା ଦେଖିବାକଚ ମିଳିବା ସହିତ ସମାଜିକ ଦୂରତା ମଧ୍ୟ ରଖୁନାହାନ୍ତି । ଅପଟପଟରେ ଏହ ି ବ୍ୟଙ୍କକୁ କୌଣସି ସରକାରୀ ଅଧିକାରୀ ମାନେ ଆସିଲେ ମଧ୍ୟ ଗେଟ ଖୋଲୁନଥିବା ସହିତ ବ୍ୟଙ୍କରେ ନେଉଳପୁର ଅଂଚଳରୁ କାର୍ଯ୍ୟ କରୁଥିବା ଜୌନିକ ବ୍ୟକ୍ତି ଗ୍ରହକ ମାନଙ୍କୁ ଆଶାଳୀନ ଭାଷା ପ୍ରୟୋଗ କରୁଥିବା ଅଭିଯୋଗ ହେଉଛି । ଯେତେ କହିଲେ ବି ଗ୍ରାହକଙ୍କୁ ନିଜର ଅର୍ଥନୌତିକ କାରବାର କରିବାକୁ ଅସୁବିଧାରେ ପକାଉଛନ୍ତି । ସେହିପରି କୌଣସି ସରକାରୀ ବା ବେସରକାର ଚେକ ଡିପୋଜିଟ୍ କଲେ ତାହାକୁ କ୍ଲିୟରାନ୍ସ ନକରି ଦୀର୍ଘଦିନ ଧରି ପକାଇରଖୁଛନ୍ତି । ଫଳରେ ଚେକ ଆଉ କ୍ଲିୟର ନହେବା ଦ୍ୱାରା ଗ୍ରାହକ ମାନେ ଆଉ ଟଙ୍କା ପାଇପାରୁନାହାନ୍ତି । ସେହପରି କେତକ ଗ୍ରାହକଙ୍କ ପିକ୍ସ ଡିପୋଜିଟ୍ ଅର୍ଥର କାଗଜପତ୍ର ବ୍ୟାଙ୍କ କର୍ତ୍ତପକ୍ଷ ହଜାଇ ଦେଇ ଗ୍ରହକଙ୍କୁ ଆଉ ଟଙ୍କା ଦେଉନଥିବା ମଧ୍ୟ ଅନୁରୁପ ଭାବେ ଅଭିଯୋଗ ହେବା ସହିତ ସମ୍ପୁକ୍ତ ଗ୍ରହର ଏହି ପିକ୍ସି ଅର୍ଥରାଶିକୁ ବାଟମରଣା କରାଯାଇଛି ବୋଲି ଅଭିଯୋଗ ହେଉଛି । ଅନ୍ୟପଟରେ ଏଠାରେ ଅବଶ୍ୟକ ଠାରୁ ବହୁ ସଂଖ୍ୟକ କମ ଷ୍ଟାପ ଥିବାରୁ ଗ୍ରାହକ ମାନେ ହନ୍ତସନ୍ତ ହେଉଛନ୍ତି । ତୁରନ୍ତ ଏହା ଉପରେ ଉଚ୍ଚକତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।

Related Posts

About The Author

Add Comment